ହେଡଲାଇନସ୍:

ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ଜାତୀୟ ବନ ସହିଦ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବନ ସହିଦ ଦିବସ ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ବନ ବିଭାଗ ତରଫରୁ ଜାତୀୟ ବନ ସହିଦ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦଙ୍କ ତତ୍ତ୍ଵାବଧାନରେ ସମସ୍ତ ଷ୍ଟାଫ ମିଶି ବନ ସହିଦ ମାନଙ୍କୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ବନଖଣ୍ଡର ଏସିଏଫ୍ ଶ୍ରୀ ଅରୁଣ କୁମାର ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ବନ ସୁରକ୍ଷା ଦିଗରେ ହୋଇଥ‌ିବା ବନ ସହିଦ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଆମର ଆତ୍ମାର ସଦ୍ଗତି କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦେବଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ଏନ୍.ଡି.ଶର୍ମା , ବନପାଳ ପି.ଭେଙ୍କଟରାମଣା , ବନରକ୍ଷି ଶିବରାମ ସାବତ , ସନ୍ତୋଷ କୁମାର ପରିଚ୍ଛା ପ୍ରମୁଖଙ୍କ ସମେତ ଦେବଗିରି ବନାଞ୍ଚଳର ସମସ୍ତ ବନ କର୍ମଚାରୀ ଏବଂ ଡିଭିଜନ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।

0
0
0
s2sdefault