ବେଲଗୁଣ୍ଠା, -(ଶିବରାମ ଚୌଧୁରୀ -ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁ ଆକ୍ରମଣ ହୋଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି I ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମର ସନ୍ନ୍ୟାସୀ ବାରିକ(48)ଙ୍କ ସ୍ତ୍ରୀ ମମତା ବାରିକ (40) ଙ୍କ ଅଭିଯୋଗ ପ୍ରକାରେ ଆଜି ଦିନ ବାର ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କାଳପଙ୍କାଳ ଗ୍ରାମର ରାଜେଶ୍ କୁମାର ପରିଡ଼ା (30), ଶଙ୍କର ନାଇକ (27) ଏବଂ ଟୋଲା ସାହୁ (25)କୁ ସାଥିରେ ଧରି ମମତାଙ୍କ ଘରେ ପଶି ମମତାଙ୍କ ସ୍ୱାମୀ ସନ୍ୟାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ନିକଟସ୍ଥ ନଦୀ ମଝିକୁ ଟାଣି ନେଇ ଠେଙ୍ଗା ଏବଂ ବାଡ଼ିରେ ଆକ୍ରମଣ କରିଥିଲେ I ମମତା ଘଟଣା ସ୍ଥଳକୁ ଯାଇ ଏହାର ପ୍ରତିବାଦ କରିବାରୁ ସେମାନେ ମମତାଙ୍କୁ ମଧ୍ଯ ଅଶ୍ରାବ୍ୟ ଭାଷାରେ ଗାଳି କରି ତାଙ୍କ ଲୁଗାପଟା ଟାଣି ଚିରି ଦେବା ସହିତ ଆକ୍ରମଣ ମଧ୍ୟ କରିଥିଲେ I ଏହାପରେ ସେମାନେ ସନ୍ୟାସୀଙ୍କୁ ନିକଟସ୍ଥ ବଙ୍କା ଗାଆଁ ଦାଣ୍ଡକୁ ଟାଣି ନେଇ ସେଠାରେ ମଧ୍ୟ ଆକ୍ରମଣ କରିଥିଲେ I ଏହି ସମୟରେ ବଙ୍କା ଗ୍ରାମର ପ୍ରବୀଣ କୁମାର ସୁଆଁସିଆ (48) ଘଟଣା ସ୍ଥଳକୁ ଆସି ଆକ୍ରମଣକୁ ରୋକିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ I ଏହା ସହିତ ଆକ୍ରମଣକାରୀ ମାନେ ସନ୍ୟାସୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି I ଆକ୍ରମଣ ଫଳରେ ସନ୍ୟାସୀଙ୍କର ବାମ ହାତ ଭାଙ୍ଗିଯିବା ସହ ଡ଼ାହାଣ ହାତ, ମୁଣ୍ଡ ଏବଂ ଗୋଡ଼ରେ ମଧ୍ଯ ଆଘାତ ଲାଗିଥିବା ମମତା ଅଭିଯୋଗ କରିଛନ୍ତି I ଆହତ ସନ୍ୟାସୀଙ୍କୁ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଞ୍ଜନଗର ମେଡ଼ିକାଲ୍ ରେ ଚିକିତ୍ସା କରାଯାଇଥିଲା I ମମତାଙ୍କ ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନାରେ 675/23 ରେ ଏକ ମାମଲା ରୁଜୁ କରାଯାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I
ରାଜ୍ୟ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଆକ୍ରମଣ
- Hits: 627








