ସାରସକଣା:: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝଡ଼ପୋଖରିଆ ଗ୍ରାମପଞ୍ଚାୟତ ଅଧିନରେ ଥିବା ଚଉଳଘେରି ଗ୍ରାମର ଜୟ ମା ଦୁର୍ଗା କ୍ଳବ୍ ଆନୁକୁଲ୍ୟରେ ୨୩ତମ ଦୁଇ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି କ୍ଳବ୍ ର ସଭାପତି ବିଶ୍ଵନାଥ ମହାନ୍ତ,ଉପ ସଭାପତି କାହ୍ନୁ ମହାନ୍ତ ,ସମ୍ପାଦକ ପପୁ ମହାନ୍ତ ,ସହ ସମ୍ପାଦକ ବୁଲା ମହାନ୍ତ ଙ୍କ ତତ୍ତ୍ଵାବଧାନ ଏଵଂ ସମସ୍ତ ସଭ୍ୟ ମାନଙ୍କର ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି ଫୁଟବଲ ପ୍ରତିଯୋଗିତା ।ପ୍ରତିଯୋଗିତାରେ ଝାଡପୋଖରିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତୀ ମାଳତୀ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସଦସ୍ୟ ଏବଂ ଖେଳାଳି ମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲେ । ତେବେ ଗ୍ରାମ ଟି ଅନ୍ତଃରାଜ୍ୟ ର ନିକଟ ବର୍ତ୍ତି ହୋଇଥିବାରୁ ଏହି ଫୁଟବଲ ପ୍ରତିଯୋଗିତା ରେ ତିନି ରାଜ୍ୟ ସୀମାନ୍ତ ଓଡ଼ିଶା,ଝାଡଖଣ୍ଡ ଏବଂ ବେଙ୍ଗଲ ରୁ ପ୍ରାୟ ଷୋହଳ ଗୋଟି ଦଳ ନାମ ପଞ୍ଜିକରଣ କରି ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଫାଇନାଲ ଖେଳ ଅମିମାଂସିତ ହେବାରୁ ଦୁଇ ଦଳ ମଧ୍ୟରେ ଟସ୍ ଜିତି କୁଳଡ଼ିହା ଦଳ ପ୍ରଥମ , ଘାଗରାସାହି ଦଳ ଦ୍ଵିତୀୟ ଏବଂ ମାଟିଆବେଦା ଦଳ ତୃତୀୟ ଓ ବିଶୋଇ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ।ପରିଶେଷରେ ଉତ୍ତୀର୍ଣ୍ଣ ହୋଇଥିବା ଦଳ ମାନଙ୍କୁ କ୍ଳବ୍ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ଧାରୀ ଗ୍ରାମର ଡାବୁଲ ନାଚ ଓ ବାଲେଶ୍ବର ର ଚିଓର ଗାର୍ଲ୍ ନୃତ୍ୟ ଦର୍ଶକ ମାନଙ୍କ ମନରେ ଉତ୍ସାହ ଭରିଦେଇ ଥିଲେ । ତେବେ ବଡ଼ ଧୁମ୍ ଧାମରେ ଫୁଟବଲ ପ୍ରତିଯୋଗିତା ଶେଷ ହୋଇଥିଲା ମୟୂରଭଂଜ ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।
ରାଜ୍ୟ
ଜୟ ମା ଦୁର୍ଗା କ୍ଳବ୍ ଆନୁକୁଲ୍ୟରେ ୨୩ତମ ଦୁଇ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା
- Hits: 359








