-
ଭାରତକୁ ଅଧୁନାତମ ଆଲୁମିନିୟମ୍ ଏକ୍ଟ୍ରସନ୍ ପ୍ରଯୁକ୍ତି ଆଣିବା ଯୋଜନା ରେଳ କୋଚ୍ ନିର୍ମାଣରେ ଏକ୍ସଟୁଡେଡ୍ ଆଲୁମିନିୟମ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ
-
ହାଲୁକା ଆଲୁମିନିୟମ ଟ୍ରେନ୍ ବେଗ ବୃଦ୍ଧି, ଅଙ୍ଗାରକ ନିର୍ଗମନ ହ୍ରାସ ଘଟାଇଥାଏ
-
ସୁନ୍ଦର ଡିଜାଇନ, ରେଳ ଯାତ୍ରାକୁ ବିଶ୍ୱଶ୍ରେଣୀର ସ୍ନାଚ୍ଛନ୍ଦ୍ୟ ପ୍ରଦାନ କରୁଛି
-
ଘରୋଇ ବିନିର୍ମାଣ ସାମର୍ଥ୍ୟରେ ଚମ୍ପିଆନ୍
ମୁମ୍ବଇ : ବିଶ୍ଵର ସର୍ବବୃହତ୍ ଆଲୁମିନିୟମ ଗୋଲିଂ ଏବଂ ରିସାଇକ୍ଲି କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିକ ଲିମିଟେଡ ଷ୍ଟ୍ରକ୍ଚରଡ୍ ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଏକ୍ସଟ୍ରିସନ୍ ଉତ୍ପାଦନ କ୍ଷେତ୍ରର ବିଶେଷ ଜ୍ଞାନ ରହିଥିବା ଇଟାଲିସ୍ଥିତ ମେଟ୍ରା ଏସ୍ପିଏ ସହିତ ଏକ ପ୍ରଯୁକ୍ତିଗତ ସହଭାଗିତାରେ ଚୂଇଁ ସ୍ଵାକ୍ଷର କରିଛି । ଭାରତରେ ହାଇସ୍ପିଡ ରେଳ କୋଚ୍ ନିର୍ମାଣ ନିମନ୍ତେ ବୃହତ୍ ଆକାର ଆଲୁମିନିୟମ ଏକ୍ସଟ୍ରସନ୍ ଏବଂ ଫାବ୍ରିକେସନ ପ୍ରଯୁକ୍ତି ପ୍ରସ୍ତୁତି ଦିଗର ସମର୍ଥ କରାଇବାକୁ ଏହି ସହଭାଗିତା ଲକ୍ଷ୍ୟ ରଖୁଛି, ଯେଉଁଥିରେ ଉନ୍ନତ୍ତତର ଘରୋଇ ବିନିର୍ମାଣ ସାମର୍ଥ୍ୟ ଗଢିତୋଳିବା କ୍ଷେତ୍ରରେ ଭାରତ ସରକାରଙ୍କ ଯୋଜନାବଦ୍ଧ ଲକ୍ଷ୍ୟକୁ ସାକାର କରିବାରେ ହିଣ୍ଡାଲ୍କୋର ଛାମୁଆ ଭୂମିକା ରହିବ। ଆଲୁମିନିୟମ ନିର୍ମାଣ କ୍ଷେତ୍ରରେ ହିଣ୍ଡାଲ୍କୋର ବିପୁଳ ଅଭିଜ୍ଞତା ଏବଂ ଆଲୁମିନିୟମ ଏକ୍ସଟ୍ରସନ, ମେସିନି" ଏବଂ ୱେଲ୍' କ୍ଷେତ୍ରରେ ମେଟ୍ରାର ସର୍ବାଧୁନିକ ଜ୍ଞାନକୌଶଳକୁ ସମ୍ମିଶ୍ରିତ କରି ଏହି ସହଯୋଗିତା ସମ୍ପ୍ରତି କେବଳ ୟୁରୋପ, ଚୀନ, ଜାପାନ ଏବଂ ଅନ୍ୟ ଅଳ୍ପକିଛି ରାଷ୍ଟ୍ରରେ ଉପଲବ୍ଧ ହେଉଥିବା ବିଶ୍ଵଶ୍ରେଣୀର ପ୍ରଯୁକ୍ତି ଭାରତକୁ ଆଣିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ହୋଇଛି । ଏହି ବୁଝାମଣା ବିଶ୍ଵର ସର୍ବବୃହତ ରେଳ ନେଟୱର୍କ ପରିଚାଳନା କରୁଥିବା ଭାରତୀୟ ରେଳବାଇର ଆକାଂକ୍ଷିତ ଉନ୍ନତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଦିଗରେ ହିଣ୍ଡାଲ୍କୋକୁ ଏକ ଉପଯୁକ୍ତ କ୍ଷେତ୍ର ଯୋଗାଇ ଦେଉଛି।
“ ଭାରତରେ ଯାତ୍ରୀବାହୀ ଟ୍ରେନଗୁଡିକ ନିମନ୍ତେ ନୂତନ ଯୁଗର ଆଲୁମିନିୟମ ଏକ୍ସଟୁସନ୍ସ ପ୍ରଚଳନ କରିବା ପାଇଁ ମେଟ୍ରା ସହିତ ହାତ ମିଳାଇବା ନେଇ ଆମେ ଆନନ୍ଦିତ ଅଛୁ,” ବୋଲି ସତୀଶ ପାଇ, ମ୍ୟାନେଜିଂ" ଡାଇରେକ୍ଟର, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି। “ ବାଣିଜ୍ୟିକ ଯାନବାହନ, ମାଲ ପରିବହନକାରୀ ୱାଗନ, ବିଦ୍ୟୁତ ଚାଳିତ ଯାନ ଏବଂ ଯାତ୍ରୀବାହୀ ଟ୍ରେନ ପ୍ରାୟୋଗିକତା ନିମନ୍ତେ ଆଲୁମିନିୟମ୍ ବ୍ୟବହାର ନିମନ୍ତେ ଆମ ସାମର୍ଥ୍ୟ ଅନୁଯାୟୀ ଏହା କରାଯାଉଛି। ଆମର ସମ୍ମିଳିତ ବିଦ୍ଧତା ନିଃସନ୍ଦେହରେ ଏହି ଟ୍ରେନଗୁଡିକର କାର୍ଯ୍ୟଦକ୍ଷତା, ଦୀର୍ଘସ୍ଥାୟିତ୍ଵ ଏବଂ ଦୀର୍ଘକାଳୀନ ପ୍ରଦର୍ଶନରେ ବୃଦ୍ଧି ଘଟାଇବ ଏବଂ ଭାରତୀୟ ରେଳ ଶିଳ୍ପ ନିମନ୍ତେ ଏକ ନୂଆ ମାନକ ସ୍ଥାପନ କରିବ।''
ରେଳପଥ କ୍ଷେତ୍ରରେ ଏକ୍ସଟୁଡେତ୍ ଆଲୁମିନିୟମ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି, କାରଣ ଏହା ଓଳନ ହ୍ରାସ କରିବା ସହିତ ଯାନ୍ତ୍ରିକ ସାମର୍ଥ୍ୟ ବୃଦ୍ଧି କରିଥାଏ । ପରିବହନ କ୍ଷେତ୍ର ନିମନ୍ତେ ଆଲୁମିନିୟମ ଏକ୍ସଟୁସନ୍ ତିଆରି କ୍ଷେତ୍ରରେ ୬୦ ବର୍ଷର ଅଭିଜ୍ଞତା ଥିବା ମେଟ୍ରୋର ଫାବ୍ରିକେସନ୍ ଏବଂ ରେଳପଥ ଏକ୍ସଟ୍ରସନ୍ନ କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ରହିଛି ଏବଂ ସେଥିପାଇଁ ଏହି ଇଟାଲୀୟ କମ୍ପାନୀ ରେଳପଥଗୁଡିକ ନିମନ୍ତେ ହାଇ-ଏଣ୍ଟ ସବ୍-ଆସେପ୍ଟିକର ତିଳାଇନ ଓ ଯୋଗାଣ ସାମର୍ଥ୍ୟ ହାସଲ କରିଛି ।
“ ହିଣ୍ଡାଲ୍କୋ ସହିତ ସହଭାଗୀତା ଆମର ଆଲୁମିନିୟମ ଏକ୍ଟ୍ରିସନ ପ୍ରଯୁକ୍ତିର ସାମର୍ଥ୍ୟକୁ ଏକ ବୈଶ୍ମିକ ମଞ୍ଚରେ ପ୍ରଦର୍ଶନ କରିବାର ଚମତ୍କାର ସୁଯୋଗ ପ୍ରଦାନ କରୁଛି, " ବୋଲି ଏନ୍ରିକୋ ଜାମ୍ପେଡି, ସିଇଓ, ମେଟ୍ରା ଏସ୍ପିଏ ଅତ୍ୟନ୍ତ ଉତ୍ସାହର ସହିତ କହିଛନ୍ତି । “ ସମ୍ମିଳିତ ଭାବରେ ଆମେ ଭାରତରେ ହାଇ-ୱିଡ ଟ୍ରେନ ନିର୍ମାଣ ପାଇଁ ଆଲୁମିନିୟମ ଏକ୍ଟସନର ପୁନଃ ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଯାଉଛୁ, ଯେଉଁଥରେ ଏ କ୍ଷେତ୍ରରେ ମଳଭୂତ ଇଟାଲୀୟ ବିଶ୍ଵତା ଏବଂ ଭାରତୀୟ ବଜାର ଜ୍ଞାନର ଏକ ଉତ୍ତମ ସମ୍ମିଶ୍ରଣ ସୃଷ୍ଟି ହେବ। " ଭାରତୀୟ ରେଳ ବିଭାଗ ରେଳ ଲାଇନ ଏବଂ ଷ୍ଟେସନସମୂହ ଭଳି ମୌଳିକ ଭିଜିଭୂମିରେ ବ୍ୟାପକ ରୂପାନ୍ତରଣ ଆଣିବା ପ୍ରକ୍ରିୟା ଜାରି ରଖୁବା ସହିତ ହାଇ-ସ୍ଥିତ ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ରେଳ ପ୍ରଚଳନ କରିବା ଦିଗରେ ପଦକ୍ଷେପ ନେଉଛି । ଶୀର୍ଷସ୍ତରର ସ୍ଵାଚ୍ଛନ୍ଦ୍ୟ ଏବଂ ଦ୍ରୁତତର ଯାତ୍ରା ନିମନ୍ତେ ବନ୍ଦେ ଭାରତ ଟ୍ରେନ୍ଗୁଡିକର ପ୍ରଚଳନ ଭାରତରେ ରେଳ ପରିବହନର ଭବିଷ୍ୟତର ସୂଚକ ହୋଇଛି । ଅତ୍ୟନ୍ତ ଆକର୍ଷଣୀୟ ଏରୋଡାଇନାମିକ୍ ଟ୍ରେନ୍ ଘଣ୍ଟାକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଗତି କରିବାକୁ ଡିଜାଇନ କରାଯାଉଥିବାବେଳେ ତାହା ଆଲୁମିନିୟମ ବ୍ୟବହାର ଦ୍ବାରା ସମ୍ଭବ ହୋଇପାରିବ । ବନ୍ଦେ ଭାରତ ଟ୍ରେନ୍ଗୁଡିକ ପାଇଁ ଯାତ୍ରୀବାହୀ କୋଚ୍ ତିଆରିରେ ସହାୟତା କରିବାକୁ ହିଣ୍ଡାଲ୍କୋ ଏହି ପ୍ରକଳ୍ପ ନିମନ୍ତେ ୨୦୦୪ କୋଟି ଟଙ୍କା ନିବେଶ କରିବା ଯୋଜନା ରଖୁଛି ଏବଂ ପ୍ରଯୁକ୍ତି ମେଣ୍ଟ ଏହି ପ୍ରୟାସ ସକାଶେ ସର୍ବାଧୁନିକ ସମୟର ପ୍ରଯୁକ୍ତି ଯୋଗାଇଦେବ ।
ଅତ୍ୟନ୍ତ କଠିନ ହାଇ-ଟ୍ରେଡ ଆଲୁମିନିୟମ ଆଲୟ ବିଶ୍ଵବ୍ୟାପୀ ହାଇ-ସ୍ପିଡ୍ ରେଳ କୋଚ୍ ନିର୍ମାଣ ନିମନ୍ତେ ପସନ୍ଦର ଧାତୁ ଭାବରେ ଉଭା ହୋଇଛି, ଯଦ୍ବାରା ସୁନ୍ଦର ଡିଜାଇନ ଏବଂ କମ୍ ଓଜନ କାରଣରୁ ଅଧିକ ବେଗରେ ଯାତ୍ରା ସମ୍ଭବ ହୋଇପାରୁଛି। ୟୁରୋପ, ଚୀନ ଏବଂ ଜାପାନରେ ଉପନଗରୀୟ ମେଟ୍ରୋ ବ୍ୟବସ୍ଥା ଏବଂ ହାଇ-ସିତ ଇଣ୍ଟରସିଟି ତଥା ଦୂରଗାମୀ ରେଳ ଟ୍ରାଫିକରେ ଆଲୁମିନିୟମ ରେଲ୍କାର ବ୍ୟବହାର କରାଯାଉଛି।
ଆଲୁମିନିୟମ ରେଲ୍କାରଗୁଡିକ ନିମନ୍ତେ ପ୍ରାଥମିକ ମୂଲ୍ୟ ସାମାନ୍ୟ ଅଧ୍ଵଳ ରହିଥିଲେ ମଧ୍ୟ ଦୀର୍ଘକାଳୀନ ସୂତ୍ରରେ ରେଳ ଭିତ୍ତିଭୂମି ଏବଂ ଅଙ୍ଗାରକ ନିର୍ଗମନ ଆଦି କ୍ଷେତ୍ରରେ ସଞ୍ଚୟ ଉଲ୍ଲେଖନୀୟ ଅଟେ। ଆଲୁମିନିୟମ ବ୍ୟବହାର ଦ୍ଵାରା ଶକ୍ତି ସଞ୍ଚୟ ଉଲ୍ଲେଖନୀୟ ଭାବରେ ବୃଦ୍ଧିପାଉଛି ଏବଂ ଏଥିପାଇଁ ଏରୋଡାଇନାମିକ୍ ପ୍ରତିରୋଧତାରେ ହ୍ରାସ ଓ ପରିବହନ କ୍ଷତି ପରିମାଣ ହ୍ରାସକୁ ଧନ୍ୟବାଦ ଦେବାକୁ ହେବ, ତାହାସହିତ ରେଳଡବାଗୁଡିକ ପ୍ରତି କମ୍ କ୍ଷତି ପହଞ୍ଚିଥାଏ ।
ଗତବର୍ଷ ଅକ୍ଟୋବରରେ ହିଣ୍ଡାଲ୍କୋ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଆଲୁମିନିୟମ ତିଆରି ହାଲୁକା ପଣ୍ୟବାହୀ ରେକ୍ ପ୍ରଚଳନ କରିଥିଲା, ଯାହା କେବଳ ଅଧିକ ବେଗରେ ଚଳାଚଳ ଏବଂ ପ୍ରତିଥର ଅଧିକ ପଣ୍ୟ ପରିବହନକୁ ସମର୍ଥ କରାଉନାହିଁ, ତାହାସହିତ ଏହାର କାର୍ଯ୍ୟକାଳ ମଧ୍ୟରେ ୧୪,୫୦୦ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିବ। ସିମେଣ୍ଟ ଏବଂ ଖାଦ୍ୟଶସ୍ୟ ଭଳି ଦ୍ରବ୍ୟକୁ ଦୃଷ୍ଟିରେ ରଖ୍ କମ୍ପାନୀ ଆଗାମୀ ମାସଗୁଡିକର ଆଉ ତିନିଟି ପଣ୍ୟ ସ୍ଵାଗତର ଜିଳାଇନ ପ୍ରଚଳନ କରିବାକୁ ଯୋଜନା ରଖୁଛି ।








