ଭୁବନେଶ୍ୱର:ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କ ପାଇଁ ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛିା ଏହି ପ୍ରଶିକ୍ଷଣକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ, ଉଦ୍ଘାଟନ କରି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିବର୍ତ୍ତିତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲୋ ଏଫଏଲ୍ଏନ୍ ମଡେଲ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବ୍ଲକରେ ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବା ପାଇଁ ଶିକ୍ଷକ ପ୍ରଶିକ୍ଷକଙ୍କ ଦାୟିତ୍ୱ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲୋ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ୱାଲ, ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢୀଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୬ ଜଣ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋ
ପ୍ରାରମ୍ଭରେ ଶ୍ରୀ ମନୋଜ କୁମାର ପାଢୀ ସମସ୍ତ ଅତିଥି ଓ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲୋ ଏହାପରେ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ପ୍ରାକ ସେବାକାଳୀନ ଓ ସେବାକାଳୀନ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଗୁଣବତ୍ତା ଶିକ୍ଷକ ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶୈଳୀ, ଜ୍ଞାନ ଓ କୌଶଳ ଉପରେ ନିର୍ଭର କରେ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲୋ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ତାଙ୍କର ଅଭିଭାଷଣରେ ଗୁରୁ ଓ ଶିଷ୍ୟର ପରମ୍ପରା ଉପରେ ଗୁରୁତ୍ୱ ଦେବା ସହିତ ଶିଖିବାର ଧାରା ସବୁ ସମୟରେ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦେଇଥିଲୋ ପ୍ରଫେସର ପି. ସି. ଅଗ୍ରଓ୍ୱାଲ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଲ୍ଲେଖିତ ଶିକ୍ଷକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲୋ ଏକ ବିଂଶ ଶତାବ୍ଦୀର ଶିକ୍ଷାର୍ଥୀ ପ୍ରସ୍ତୁତ କରିବା ପାଇଁ ଶିକ୍ଷକମାନଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲୋ
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଶିକ୍ଷକ ଶିକ୍ଷା ସମ୍ପର୍କିତ ବିଷୟ ବସ୍ତୁ ଉପରେ ତାତ୍ତ୍ୱିକ ଆଲୋଚନା ହେବା ସହିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ଓ ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନର କାର୍ଯ୍ୟାବଳୀକୁ ଅନୁଧ୍ୟାନ କରିବା ସହିତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟାବଳିକୁ ଅନୁଧ୍ୟାନ କରିବା ଏବଂ ପ୍ରତିଦିନ ସକାଳେ ଯୋଗ, ପ୍ରାଣାୟମ ଆଦି କରାଯିବାର ବ୍ୟବସ୍ଥା ରହିଛିା ଏଥି ସହିତ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା "ତତୋଚାନ' ପୁସ୍ତକ ପଠନ, ବିଶ୍ଳେଷଣ ଓ ଆଲୋଚନା କରାଯିବ ଏବଂ ଶିକ୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ପ୍ରତିଦିନ କାର୍ଯ୍ୟକ୍ରମ ଶେଷରେ ଆଲୋଚିତ ବିଷୟବସ୍ତୁଗୁଡିକର ପୁନରାଲୋଚନା କରାଯାଉଛିା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଶିକ୍ଷଣ ମୂଲ୍ୟାୟନ କରାଯିବା ସହିତ ଶିକ୍ଷକ ପ୍ରଶିକ୍ଷକଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମ ୧୧.୦୯.୨୦୨୩ ରୁ ୧୭.୦୯.୨୦୨୩ ପର୍ଯ୍ୟନ୍ତ ଜାରି ରହିବା








