ହେଡଲାଇନସ୍:

ବାଲୁଗାଁ ମାର୍ବଲ ଦୋକାନରେ ଜିଏସଟି ରେଡ଼

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର): ବାଲୁଗାଁ ସହରର ଏକ ମାର୍ବଲ ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଖବର ମୁତାବକ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ଦୋକାନରେ ୨୬ ଜଣିଆ ଜିଏସଟି ଟିମ ସୋମବାର ଅପରାହ୍ନରେ ଚଢ଼ାଉ କରିଛି। ସମ୍ପୃକ୍ତ ଦୋକାନୀ ମାଲିକ ଘନଶ୍ୟାମ ସ୍ୱାଇଁ ଦୀର୍ଘ ଦିନ ଧରି ମାର୍ବଲ ଓ ଟାଇଲସ ବେପାର କରିଆସୁଥିବା ବେଳେ ଜିଏସଟି ଫାଙ୍କୁ ଥିବା ଅଭିଯୋଗ ହୋଇଆସୁଥିଲା। ଏଥିସହିତ ଖୁବ କମ ଦିନ ମଧ୍ୟରେ ଏକାଧିକ ଜାଗାବାଡି ସାଙ୍ଗକୁ କୋଠାବାଡି କରି ଚର୍ଚ୍ଚାକୁ ଆସିଥିଲେ।
ଅଭିଯୋଗ କ୍ରମେ ଆଜି ୨୬ ଜଣିଆ ଜିଏସଟି ଟିମ ଘନଶ୍ୟାମଙ୍କ ଦୋକାନ, କୋଦପୁର ସ୍ଥିତ ନିଜ ଘର ଓ ବାଲୁଗାଁରେ ନିର୍ମିତ କୋଠା ଘର ଉପରେ ଅତର୍କିତ ଚଢ଼ାଉ କରି ଛାନଭିନ କରିଛି। ସୁତରାଂ ଜିଏସଟି ଚଢ଼ାଉ  ଖବର ପ୍ରଚାରିତ ହେବାପରେ ଅନେକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

0
0
0
s2sdefault