ହେଡଲାଇନସ୍:

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ୨୦୨୩ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡ ରୁ ବୈକୁଣ୍ଠ ଦୁରିଆ : ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ଆଜି ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ୧୫୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ଆଠ ଗୋଟି କମ୍ପାନୀ ଯୋଗଦାନ କରି ୧୧୫ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ | ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତୋ, ମୁଖ୍ୟବକ୍ତା ଭାବେ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ସମ୍ମାନିତ ଅତିଥି ଭାବରେ ତତୋମସୀ ମହାପାତ୍ର, ଜିଲ୍ଲା ନିୟୋଜନ ଅଧିକାରୀ ଏବଂ ବିଶିଷ୍ଠ ଅତିଥି ଭାବେ ସବ୍ୟସାଚୀ ସାହୁ,ଆଇ. ପି. ଓ ଯୋଗ ଦେଇ ଥିଲେ | ଅନୁଷ୍ଠାନର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ରାଇତୋ ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ ହେଇ ଆତ୍ମ ନିର୍ଭରଶିଳ ହେବା ପାଇଁ ଆହ୍ୱାନ ଦେଇଥିଲେ | ତ୍ସ୍ଥାନୀୟ କମ୍ପାନୀ ମାନଙ୍କୁ ବହୁ ମାତ୍ରରେ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ସୁଯୋଗ ଦେବା ଆବଶ୍ୟକ କହିଥିଲେ l ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ ଦକ୍ଷତାର ସୁଵିକାଶ ପାଇଁ ପରାମର୍ଶ ଦେଇଥିଲେ I ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନର ତାଲିମ ଅଧିକାରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ I

0
0
0
s2sdefault