ହିଞ୍ଜିଳିକାଟୁ ରଜତ ପଟ୍ଟନାୟକ=ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୩୪ଜଣ ଜନପ୍ରତିନିଧି , ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ ଅଫିସର ସମୁଦାୟ ୩୫ ଦୁବାଇ ଗ୍ରସ୍ତ ରେ ବାହାରିଛନ୍ତି । ସକାଳ ୭ଘଣ୍ଟ ସମୟ ରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସର ରୁ ଯାତ୍ରା ଆରମ୍ଭ କରିଛନ୍ତି ।ଏହି ଯାତ୍ରା ଆରମ୍ଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଏବଂ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ଉପସ୍ଥିତି ରେ ଏହି ଟିମ୍ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ର ମୂଳ ଲକ୍ଷ ହେଉଚି ସେମାନେ ବିଶେଷ କରି ସେଠାକାର ବାଣିଜ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟ ବୁଲି ଦେଖିବେ I ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ୍ ସର୍ବ ଭାରତ ରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାର ଙ୍କ ତରଫରୁ ଦୂତୀୟ ପର୍ଯ୍ୟାୟ ରେ ଜନପ୍ରତିନିଧୂ ଓ ମିଶନ ଶକ୍ତି ମା ମାନଙ୍କ ପାଇଁ ଏହି ବୁଲିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଯାତ୍ରା ର ୩୫ଜଣିଆ ଟିମ୍ ଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ହିଞ୍ଜିଳିକାଟୁ ବ୍ଲକର ୨୩ଜଣ , ଶେରଗଡ଼ ବ୍ଲକର ୧୧ଜଣ ସହ ଜଣେ ନୋଡାଲ ଅଫିସର ଅଛନ୍ତି । ଏଥୁମଧ୍ୟରୁ ୧୬ଜଣ ମହିଳା ଥିବାବେଳେ ୧୯ ଜଣ ପୁରୁଷ ଦୁବାଇ ଯାତ୍ରା କରିଛନ୍ତି । ହିଂଜିଳିକାଟୁ ପୋୖର ପରିଷଦ ଅଧକ୍ଷ ସୁବାଷ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ସେରଗଡ ବ୍ଲକ ଅଧକ୍ଷ କୃଷ୍ଣ ଚନ୍ଦ୍ର ନାୟକ ,ନୋଡାଲ ଅଫିସର ଫନି ଭୂଷଣ ବେହେରା ସମେତ ଅନ୍ୟମାନେ ଏହି ଯାତ୍ରାରେ ସାମିଲ ଅଛନ୍ତି।
ରାଜ୍ୟ
ହିଞ୍ଜିଳି ନିର୍ବାଚନମଣ୍ଡଳୀ ଜନପ୍ରତିନିଧି ଙ୍କ ଦୂତିୟ ପର୍ଯ୍ୟାୟ ଦୁବାଇ ଗ୍ରସ୍ତ
- Hits: 185








