ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପିଲା ମାନେ କମ୍ପ୍ୟୁଟର ଗେମ, ଭିଡିଓ ଗେମ ଓ ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି। ମାନେ ପାଠ ପଢା ପରେ କେବଳ ସେହି ବୈଦ୍ୟୁତିକ ଖେଳରେ ଲିପ୍ତ ରହୁଛନ୍ତି । ତେବେ, ପିଲାଙ୍କ ପାଠ ପଢିବା ସହ ପରିବାର ସହିତ ଅତିବାହିତ କରିବା ସେତିକି ନିତାନ୍ତ ଆବଶ୍ୟକ |
ପରିବାରର ବାପା ମାଁ ବ୍ୟତୀତ ଜେଜେବାପା ଓ ଜେଜେ ମାଁଙ୍କଠାରୁ ପିଲାମାନେ ଅନେକ କିଛି ଶିକ୍ଷା ପାଇଥାନ୍ତି। ଏହି ଦୃଷ୍ଟିରୁ ଜେଜେମା ଜେଜେ ବାପା ଦିବସ ପାଳନ ଅବସରରେ ପଦ୍ମପୁର ୱିନର ବ୍ରାଇଟ ଫ୍ୟୁଚର ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆପାଳି ଅପରାଜିତା ଦାସ ଅଧ୍ୟକ୍ଷତା କରିଥିଲେ। ଜେଜେ ମା ଜେଜେ ବାପା ଓ ନାତି ନାତୁଣିଙ୍କ ମଧ୍ୟରେ ସମ୍ପର୍କ ଓ ତାହାର ମହତ୍ବ ବିଷୟରେ ଆଲୋଚନା ହୋଇଥିଲା। ପରେ ଛୋଟ ଛୋଟ ଶିଶୁଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।








