ହେଡଲାଇନସ୍:

ଗ୍ରେଡ ପେ ବୃଦ୍ଧି ଦାବିରେ ଏସ୍.ଏସ୍.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ ସହ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ଦାବି ନେଇ ଏସ୍‌.ଏସ୍‌. ବି ଅଧ୍ୟାପକ ଓ ଅଧ୍ୟାପିକା ମାନେ କଳାବ୍ୟାଜ ପିନ୍ଧି ପବିତ୍ର ଗୁରୁ ଦିବସ ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରୁ କାର୍ଯ୍ୟରେ ଅବହେଳା ନକରି ଶାନ୍ତି ପୂର୍ଣ୍ଣ ଭାବରେ କଳାବ୍ୟାଜ ଧାରଣ କରି ସେମାନଙ୍କର ନ୍ୟାଯ୍ୟ ଦାବି ଯଥା ଗ୍ରେଡ୍‌ ପେ ୪୬୦୦ ରୁ ୫୪୦୦ କୁ ପିଛିଲା ତାରିଖରୁ ଅର୍ଥାତ୍ ୨୦୧୬ ମସିହାରୁ ଲାଗୁ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଓଡ଼ିଶା ଭଳି ଶିକ୍ଷା ସଂସ୍କୃତି କ୍ଷେତ୍ରରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦୦୦ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି ଦେଇ ଗ୍ରାମାଞ୍ଚଳର ଓ ପଛୁଆ ବର୍ଗ ଅଞ୍ଚଳରେ ଥିବା ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି। ଏହି ଏସ୍‌.ଏସ୍‌. ବି ଅଧ୍ୟାପକ ଓ ଅଧ୍ୟାପିକା ମାନେ ଲିଖିତ ଓ ମୌଖିକ ପରୀକ୍ଷା ଦେଇ ଲୋକ ସେବା ଅଧ୍ୟାପକ ଚୟନ ଭଳି କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁରପଲ୍ଲୀରେ ଡିଗ୍ରୀ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ମଧ୍ୟ ପି.ଜି.ଟି ଶିକ୍ଷକ ଭଳି ଦରମା ଓ ଗ୍ରେଡ୍‌ ପେ ପାଉଛନ୍ତି l ଏହି ଆଠ ବର୍ଷ ହେଲା କମ ହାରରେ ଦରମା ପାଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଛି।
ପ୍ରକାଶ ଥାଉ କି ଏହି ଅଧ୍ୟାପକ ମାନେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଏନ୍.ଇ.ଟ , ଏମ୍.ଫିଲ , ପିଏଚ.ଡି [ N.E.T , M.phil, Ph.D] ଥାଇ ମଧ୍ୟ କମ ଦରମାରେ କାର୍ଯ୍ୟ କରୁଥିବାରୁ ଗ୍ରେଡ ପେ ବୃଦ୍ଧି ପାଇଁ ଅନୁରୋଧ କରାଯାଇଛି। ଏସ୍‌.ଏସ୍‌. ବି ଅଧ୍ୟାପକ ନିଯୁକ୍ତି ପରେ ଅଧ୍ୟାପକ ମରୁଡି ଦୂର ହେବା ସଙ୍ଗେ ସଙ୍ଗେ ଶିକ୍ଷାର ବିକାଶ ହେବା ସହିତ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଛି। ଏହି ଏସ୍‌.ଏସ୍‌. ବି ଅଧ୍ୟାପକ ଅଧ୍ୟାପିକା ଦାବି ପୂରଣ ପର୍ଯ୍ୟନ୍ତ ଏହି କଳାବ୍ୟାଜ ପରିଧାନ ଜାରି ରହିବ ବୋଲି ଗଜପତି ଜିଲ୍ଲା ସଭାପତି ଡକ୍ଟର ମହେନ୍ଦ୍ର ରଇତ , ଉପ ସଭାପତି ଡକ୍ଟର ନୃସିଂହ ପାଣିଗ୍ରାହୀ , ଅଧ୍ୟାପିକା ଶ୍ରୀମତୀ ସୋଫିଆ ମଣ୍ଡଳ ଓ କୋଷାଧ୍ୟକ୍ଷ ବାଗ୍ମୀ ରଞ୍ଜନ ପ୍ରକାଶ କରିଛନ୍ତି।

0
0
0
s2sdefault