ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସଂପ୍ରତି ଓଡ଼ିଶାର ଝାରସଗୁଡ଼ାରେ ଏକ ଫାଇଲେରିଆ ସଚେତନତା ଅଭିଯାନ ଓ ଔଷଧ ବିତରଣ କାର୍ଯ୍ୟ ଜରିଆରେ ୭୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଛି । ଏହି ଅଭିଯାନରେ ମିସ୍ ଦୀପାଳି ଦାସ-ବିଧାୟିକା, ଝାରସୁଗୁଡ଼ା ବେଦାନ୍ତର ଫାଇଲେରିଆ ସଚେତନତା ରଥ-ଭିଜୁଆଲ ଟିଚିଂ ଉପକରଣ ସହ ଏକ ମୋବାଇଲ ୟୁନିଟକୁ ଉଦଘାଟନ କରିଥିଲେ ।
ଆଉ ମଧ୍ୟ ଲିଂଫାଟିକ ଫାଇଲାରିଆସିସ ଭାବେ ଜଣାଶୁଣା ଫାଇଲେରିଆ ଏକ ଭୟଙ୍କର ଟ୍ରପିକାଲ ରୋଗ ଯାହା ମଶା କାମୁଡ଼ିବା ଦ୍ୱାରା ବ୍ୟାପୀ ଥାଏ । ଏହା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗରେ ଫୁଲା ଓ ଯନ୍ତ୍ରଣା ଦେଖା ଦିଏ । ବର୍ଷା ଋତୁରେ ଏହି ରୋଗ ବ୍ୟାପେ । ଏହି ରୋଗ ବିରୁଦ୍ଧରେ ସଚେତନତା ସୃଷ୍ଟି ସହ ବହୁ ଉପଯୋଗୀ ସୂଚନାକୁ ବେଦାନ୍ତ ପକ୍ଷରୁ ଲୋକମାନଙ୍କୁ ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରବୀର ନାୟକ-ସହକାରୀ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡ଼ା, ଡ. ଡୋଳାମଣି ପଟେଲ-ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ, ଝାରସୁଗୁଡ଼ା, ଶ୍ରୀ ବୁଲୁନାଥ ସାହୁ-ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ, ନ୍ୟାସନାଲ ହେଲଥ ମିଶନ ଓ ପି.କେ. ପଣ୍ଡା- ଅଧ୍ୟକ୍ଷ, ଡିଏଭି ସ୍କୁଲ ଝାରସୁଗୁଡ଼ା ଉପସ୍ଥିତ ଥିଲେ ।
ଏହି ସ୍ୱାସ୍ଥ୍ୟ ଅଭିଯାନରେ ଫାଇଲେରିଆକୁ ରୋକିବା ପାଇଁ ଗୋଷ୍ଠୀର ଲୋକମାନଙ୍କୁ ସଚେନତ କରାଯାଇଥିଲା ଓ ଝାରସୁଗୁଡ଼ା ତଥା ଲଖନପୁର ବ୍ଲକରେ ଥିବା ୭୦ରୁ ଅଧିକ ଗାଁରେ ଫାଇଲେରିଆ ପ୍ରତିଷେଧକ ଟ୍ୟାବଲେଟ ବଂଟନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇ ସୂଚନା ପ୍ରଦାନ କରାଯାଇଥିଲା ।
ଗୋଷ୍ଠୀ ପାଇଁ କଂପାନିର ସ୍ୱାସ୍ଥ୍ୟସେବା ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ କାର୍ଯ୍ୟ କରୁଥିବା ଗୋଷ୍ଠୀର ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରତିବଦ୍ଧ । ଫାଇଲେରିଆ ସଚେତନତା ଓ ଔଷଧ ବିତରଣ କରି ଗୋଷ୍ଠୀ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଆମର ଏହି ଉଦ୍ଦେଶ୍ୟ । ଆମ ସହ ଏହି ପଦକ୍ଷେପରେ ଜିଲ୍ଲା ପ୍ରଶାସନ ହାତ ମିଳାଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଆମେ ସମଗ୍ର ଝରସଗୁଡ଼ାବାସୀଙ୍କ ସାମଗ୍ରୀକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ ।
ଏହି ଉଦ୍ୟମକୁ ପ୍ରଶଂସା କରି ଡ. ଡୋଳାମଣି ପଟେଲ-ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ, ଝାରସୁଗୁଡ଼ା କହିଛନ୍ତିଯେ ଜନସ୍ୱାସ୍ଥ୍ୟ ଆହ୍ୱାନକୁ ମୁକାବିଲା ପାଇଁ ବେଦାନ୍ତ ଆଲୁମିନିୟମ ପରି ସରକାରଙ୍କ ସହ ବେସରକାରୀ ସଂସ୍ଥା ମଧ୍ୟରେ ମିଳିତ ପ୍ରୟାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଫାଇଲେରିଆ ସଚେତନତା ଅଭିଯାନ ଓ ଔଷଧ ବିତରଣ କାର୍ଯ୍ୟକ୍ରମ ରୋଗ ନିରାକରଣରେ ଗୋଷ୍ଠୀକୁ ସହାୟତା କରିବ । ଆମେ ବେଦାନ୍ତକୁ ପ୍ରଶଂସା କରୁଛୁ ।
ସ୍ଥାନୀୟ ଗୋଷ୍ଠୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ବେଦାନ୍ତ ଝାରସୁଗୁଡ଼ା ଏହାର ପରିଚାଳନା ନିକଟବର୍ତି ଅଂଚଳରେ ବହୁତ ଗୁଡ଼ିଏ କଲ୍ୟାଣକାରୀ କାର୍ଯ୍ୟକ୍ରମ ପରିଚାଳନା କରୁଛି ଯାହା:
ମୋବାଇଲ ହେଲଥ ୟୁନିଟ: ବେଦାନ୍ତର ଏମଏଚୟୁ ସେବା ବାର୍ଷିକ ୫୪.୦୦୦ରୁ ଅଧିକ ଲୋକଙ୍କୁ ନିୟମିତ ଭାବରେ ଗୋଷ୍ଠୀର ଦ୍ୱାର ଦେଶରେ ସେବା ପ୍ରଦାନ କରୁଛି ।
ନନ୍ଦଘର: ଆଧୁନିକ ଅଙ୍ଗନବାଡ଼ି ନନ୍ଦଘର ମାଧ୍ୟମରେ କଂପାନି ଛୋଟ ପିଲା, ଗର୍ଭବତୀ ମହିଳା ଓ ନୂଆ ମା ମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟିକର ଖାଦ୍ୟ ବିତରଣ କରୁଛି ।
ସ୍ୱାସ୍ଥ୍ୟ ସଚେତନତା ଶିବିର: କଂପାନି ଝାରସୁଗୁଡ଼ାର ବିଭିନ୍ନ ଅଂଚଳରେ ସରକାରୀ ମେଡିକାଲର ଡାକ୍ତରୀ କର୍ମଚାରୀଙ୍କ ସହାୟତାରେ ଉପଯୋଗୀ ସ୍ୱାସ୍ଥ୍ୟ ପରାମର୍ଶ, ଗୁଣମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି । ସଂପ୍ରତି କଂପାନି ପକ୍ଷରୁ ସପ୍ତାହ ବ୍ୟାପୀ ସ୍ତନ୍ୟପାନ ସପ୍ତାହରେ ସ୍ତନ୍ୟପାନର ଉପକାରୀତା ଓ ବର୍ଷାଋତୁର ଜଳବାହିତ ରୋଗ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
ପରିଛନ୍ନତା ଅଭିଯାନ: ସ୍ୱାସ୍ଥ୍ୟ ଓ ପରିଛନ୍ନତାର ବିକାଶ ପାଇଁ ଗୋଷ୍ଠୀରେ ସଚେତନତାର ପ୍ରସାର ସାଙ୍ଗକୁ ନିୟମିତ ପରିଛନ୍ନତା ଅଭିଯାନ ଓ କର୍ମଚାରୀ ସ୍ୱେଛାସେବୀ ମାନେ ଗୋଷ୍ଠୀ ସହଯୋଗରେ ସହରାଂଚଳ ପରିସ୍କାର ଅଭିଯାନରେ ଅଂଶଗ୍ରହଣ କରୁଛନ୍ତି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।








