ହେଡଲାଇନସ୍:

ପଦ୍ମପୁରରେ ନୂତନ ଉପ-ଜିଲ୍ଲାପାଳଂକ ଦାୟିତ୍ବ ଗ୍ରହଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ନୂତନ ଉପ-ଜିଲ୍ଲାପାଳ ରୂପେ ଶ୍ରୀ ଆଲୋକ କୁମାର ପଟେଲ ଆଜି ଯୋଗ ଦେଇଛନ୍ତି। ଶ୍ରୀ ପଟେଲ ଭାରପ୍ରାପ୍ତ ଉପ- ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାରଂକ ଠାରୁ କାର୍ଯ୍ଯଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ଯାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ଉପ- ଜିଲ୍ଲାପାଳଂକୁ ସ୍ବାଗତ ଜଣାଇଛନ୍ତି । ଦାୟିତ୍ବ ଗ୍ରହଣ ପରେ ଶ୍ରୀ ପଟେଲ ପଦ୍ମପୁର ଉପଖଂଡର ସାମଗ୍ରିକ ବିକାଶ ପାଇଁ ଉପ- ଜିଲ୍ଲାପାଳ ରୂପେ ଆପ୍ରାଣ ଉଦ୍ଯମ କରିବେ ବୋଲି କହିଛନ୍ତି। ଜନସାଧାରଣଂକ ସମସ୍ତ ସମସ୍ଯାର ସମାଧାନ ପାଇଁ ସେ ସବୁପ୍ରକାରର ଉଦ୍ଯମ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶ୍ରୀ ପଟେଲ ବଡବିଲର ତହସିଲଦାର ରୂପେ କାର୍ଯ୍ଯରତ ଥିଲେ । ଏହି ଅବସରରେ ଶ୍ରୀ ସଦାକର କୁମ୍ଭାର ସମସ୍ତ କର୍ମଚାରୀଂକୁ ନୂତନ ଉପ-ଜିଲ୍ଲାପାଳଂକ ସହ ପରିଚୟ କରାଇଥିଲେ ଓ ଆହୁରି ମନଯୋଗ ସହକାରେ କାମ କରିବା ପାଇଁ ଉତ୍ସାହିତ କରିଥିଲେ।

0
0
0
s2sdefault