ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୱେଷା ହଷ୍ଟେଲରେ ଆମେ ଜାଣିବା ଆମେ ଜିଣିବା ଓ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି "ସହଭାଗୀ ରୂପେ ଅଭିଭାବକ" କାର୍ଯ୍ୟକ୍ରମ।
ଏହି ସଭାରେ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କ ଅଭିଭାଷଣରେ ସମସ୍ତ ଅଭିଭାବକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖେଇଥିବା ମାନ୍ୟଗଣ ବ୍ୟକ୍ତି ଯଥା ଜର୍ଜ ୱାଶିଂଟନ , ଥୋମାସ ଏଡିଶନ , ଯତୀନ ଦାସ ବିଷୟରେ ପ୍ରେରଣା ଦାୟକ ଉଦାହରଣ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ମହୋଦୟ ଅଭିଭାବକ କିଭଳି ଅଂଶୀଦାର ଭାବରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆଣିବା ସହିତ ସ୍କୁଲ ପରିବେଶ , ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା ବିଷୟରେ ବର୍ଣ୍ଣନା କରିଥିଲେ। ଏତଦ ବ୍ଯତୀତ ଅଭିଭାବକ ମାନେ କିଭଳି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଯୋଜନ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଉପକୃତ ହେବେ ତାହା ଉପରେ ବ୍ୟକ୍ତବ ରଖିଥିଲେ କାରଣ ଏହି ( ପିଏପି ) କାର୍ଯକ୍ରମଟି ସମ୍ପୂର୍ଣ ଭାବରେ ଅଭିଭାବକ ମାନଙ୍କ ପାଇଁ ସୂଚନା ଶିକ୍ଷାଦାୟକ ସମ୍ପ୍ରେଶଣ ଭିତିକ ଅଟେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗ ଯଥା ଜିଲ୍ଲା ମଙ୍ଗଳ ବିଭାଗ , ଜିଲ୍ଲା ଶିକ୍ଷା ବିଭାଗ , ମତ୍ସ୍ୟ ବିଭାଗ , କୃଷି ବିଭାଗ , ପଶୁ ଓ ପ୍ରାଣୀ ସମ୍ପଦ ବିଭାଗ , ସ୍ବାସ୍ଥ୍ୟ ବିଭାଗ , ମିଶନଶକ୍ତି /ମହିଳା ଓ ଶିଶୁ ବିଭାଗ , ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମ ଉପରେ ଅବିଭାବକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟନର୍ ବିଦ୍ୟାଳୟ ମାନେ ମଧ୍ୟ ଅଂଶ ଗ୍ରହଣ କରି ତାଙ୍କ ବିଦ୍ୟାଳୟରେ ପଢୁଥିବା ଅନ୍ୱେଷା ପିଲାମାନଙ୍କ ଦ୍ଵାରା ବିଦ୍ୟାଳୟରେ ପ୍ରଦର୍ଶିତ କୃତିତ୍ୱର ବିଭିନ୍ନ ଫଟୋ ଗ୍ୟାଲେରୀରେ ପ୍ରଦର୍ଶନ କରିଥିଲେ।
ସଭା କାର୍ଯକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡା ପରିଚାଳନା କରିଥିଲେ। ସେ ବିଶଦ ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ବିଦ୍ୟାଳୟ ଓ ଛତ୍ରାବାସ ମାନଙ୍କରେ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସୁଯୋଗ ସହିତ ଅନ୍ତେବାସୀ ମାନଙ୍କର ଉଚିତ ପ୍ରାପ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ , ବକୃତା , ପ୍ରବନ୍ଧ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା।
ଏଥିରେ କୃତ କାର୍ଯ୍ୟ ହୋଇଥିବା ସମୁଦାୟ ୧୯ ଜଣ ଅନ୍ତେବାସୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରଯାଇଥିଲା। ପରିଶେଷରେ ମୋନିଙ୍ଗି ଭେଙ୍କଟ ଆପନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଅନୁସୂଚୀତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି "ସହଭାଗୀ ରୂପେ ଅଭିଭାବକ" କାର୍ଯ୍ୟକ୍ରମ
- Hits: 277








