ହେଡଲାଇନସ୍:

ସହର ପରିମଳ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସହରାଞ୍ଚଳ ପରିମଳ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ପରିଷଦ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି | ପରିମଳ ପରିଚାଳନା କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଭୂମିକା ତଥା ଏହି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା | ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ସମସ୍ତ କାଉଁସିଲର ଓ କର୍ମଚାରୀ ଏହି ତାଲିମ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ |

ତାଲିମ ସହାୟକ ଭାବେ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ଓ ପରିମଳ ବିଶେଷଜ୍ଞ ଜି ପ୍ରବୀଣ କୁମାର ପରିଚାଳନା କରିଥିଲେ | ପରିଶେଷରେ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳଉପଚାର କେନ୍ଦ୍ର ର ଉପକାରିତା ସମ୍ପର୍କରେ ଅଧିକ ପ୍ରଚାର ର ଆବଶ୍ୟକତା କୁ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ସି, ଓ, ଅଞ୍ଜଳି ପଣ୍ଡା ଧନ୍ୟବାଦ ଦେଇଥିଲେ ।

0
0
0
s2sdefault