ହେଡଲାଇନସ୍:

ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep -ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁନିଲ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଟିଏ ସୂତାରେ ସମଗ୍ର ଭାରତ ବର୍ଷକୁ ବାନ୍ଧି ପାରିଲା ଭଲି ଭାଷା ହେଉଛି ହିନ୍ଦୀ ଭାଷା ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ପୁରନ୍ଦର ଶାସ୍ତ୍ର ହିନ୍ଦୀ ଭାଷାର ଐତିହାସିକ ପୄଷ୍ଟଭୂମି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏକ ସୁସ୍ଥ ସୁନ୍ଦର ପରମ୍ପରାର ଭାଷା ହିନ୍ଦୀ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭୋଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜନମାନସର ଭାଷା ବୋଲି ଶ୍ରୀ ଗୋପାଳଜୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ହିନ୍ଦୀ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ଭୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ଦୟାନିଧି ବେହେରା ପୁରସ୍କାର ବିତରଣ ରେ ସହାୟତା କରିଥିଲେ ।ବରିଷ୍ଠ ଶିକ୍ଷକ ଶ୍ରୀ ବୄନ୍ଦାବନ ଦାଶ ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟଜ୍ଞାପନ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ହୋଲିବୋଲି ସାହୁ, ଲିସା ପଟେଲ,ପ୍ରିୟଙ୍କା ବେହେରା,ରୀନା ସାହୁ,ନଫିସ ଫାତମା,ଶୁଭଶ୍ରୀ ବେହେରା ପ୍ରମୁଖ ଛାତ୍ରୀଗଣ ବକୄତ୍ବା ଓ ସଙ୍ଗୀତ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ।ମନୋଜ କୁମ୍ଭାର, ମନବୋଧ ପ୍ରଧାନ,ହେମନ୍ତ ଭୋଇ, ପ୍ରଫୁଲ୍ଲ ଶ୍ରୀଦାର ପ୍ରମୁଖ ହିନ୍ଦୀ ଶିକ୍ଷକ ଉପସ୍ଥିତ ଥିଲେ ।ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ ସଙ୍ଗୀତ ପରିଚାଳନା କରିଥିବା ବେଳେ ଚିନ୍ତାମଣି ସାହୁ,ଜ୍ୟୋତ୍ସ୍ନାରାଣୀ ସାହୁ,ମିନତି ଦାଶ,ସୁରେଶ ଚନ୍ଦ୍ର ଚୌହାନ,ରଞ୍ଜନ କୁମାର ହୋତା, ଶୁଶିଲ କୁମାର ବରିହା,ସୁଷମା ଦାଶ,ବସନ୍ତ ବାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହାୟତା କରିଥିଲେ । ସଭାଶେଷରେ ଶ୍ରୀ ଲେକୄ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault