ହେଡଲାଇନସ୍:

ଭୋଟର ତାଲିକା ସଂଶୋଧନ ନିମନ୍ତେ ପଦ୍ମପୁର ଉପଜିଲ୍ଲାପାଳ ଅଫିସ ତରଫରୁ ବିଏଲଓ ଏବଂ ସୁପର ଭାଇଜରମାନଙ୍କ ପ୍ରଶିକ୍ଷଣ ବୈଠକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଚଳିତ ସେପ୍ଟେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ଶୄଙ୍ଖଳିତ ଓ କ୍ରିୟାଶୀଳ କରିବା ପାଇଁ ୧୯/୦୯/୨୦୧୮ ବୁଧବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୄହରେ ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ସମସ୍ତ ବୁଥ ସ୍ତରୀୟ ଅଧିକାରୀ,ସୁରଭାଇଜର ଏବଂ ସେକ୍ଟର ଅଫିସର ମାନଙ୍କ ଏକ ପ୍ରଶିକ୍ଷଣ ବୈଠକ ପଦ୍ମପୁର ଉପଜିଲ୍ଲାପାଳ  ଦୌଳତ ଚନ୍ଦ୍ରାକରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।କମିଶନଙ୍କ ନିର୍ଦ୍ଦେଶାନାମାନୁସାରେ ତା ୦୧/୦୧/୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବ ସେମାନଙ୍କ ନାମ ଭୋଟର ତାଲିକାରେ ସ୍ଥାନୀତ,ମୄତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ତଥା ତୄଟିପୂର୍ଣ୍ଣ ଭୋଟର ପରିଚିତ ପତ୍ରର ସଂଶୋଧନ ଉପରେ ଉପଜିଲ୍ଲାପାଳ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ଏତଦବ୍ୟତୀତ ବୁଥସ୍ତରୀୟ ଅଧିକାରୀ ମାନେନିର୍ବାଚନ ହେଉଥିବା ବୁଥ ଗୁଡିକୁ ବୁଲି ଆନୁସଙ୍ଗିକ ବ୍ୟବସ୍ଥା ଯଥା ପାନୀୟଜଳ,ପାଇଖାନା,ବିଦ୍ୟୁତ କରଣ,ଲେମ୍ପ, ଦୁଇଟି କବାଟ ଥିବା କୋଠରୀ,ନେଟୱାର୍କ, ଫର୍ଣ୍ଣିଚର ପ୍ରଭୁତିର ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ଶୄଙ୍ଖଳିତ କରିବା ନିମନ୍ତେ ଆଶା ,ଅଙ୍ଗନବାଡ଼ି କର୍ମୀ,ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଚାରିଜଣିଆ ବୁଥସ୍ତରୀୟ ସଚେତନତା ଦଳ ଗଠନ କରିବାକୁ ପରାମର୍ଶ ଦେଇଥିଲେ ।ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜବୋଡାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଏଲିଜା ମିଶ୍ର,ସହକାରୀ ଜିଲ୍ଲାପାଳ ଅନିଲ କୁମାର ହୋତା,ଦିପ୍ତୀମୟୀ ଭୁଏ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସେହିଭଳି ୨୦/୦୯/୨୦୧୮ ଦିନ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ଗାଇସିଲାଟ ବ୍ଳକ ଓ ଅପରାହ୍ନ ୪ ଘଣ୍ଟା ସମୟରେ ଝାରବନ୍ଧ ବ୍ଳକରେ ବିଏଲଓ ଓ ସୁପରଭାଇଜର ମାନଙ୍କୁ ନେଇ ଅନୁରୂପ ଭାବରେ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault