ହେଡଲାଇନସ୍:

ଖଇନି ପାଇଁ ଫାଇନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ :  ପାନ,ଗୁଟକା ଭଳି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଗୁଡିକୁ ବର୍ଜନ ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ୱାର ନିବେଦନ ଓ ଅବଗତ କରାଯାଊଥିଲେ ମଧ୍ୟ ତାହାକୁ ଅନେକ ଊଲଙ୍ଘନ କରୁଥିବା ସବୁବେଳେ ଦେଖିବାକୁ ମିଳିଥାଏ ।  କେତେକ ବ୍ୟକ୍ତି ଏହାକୁ ଏକ ଖାନ୍ଦାନୀ ପରମ୍ପରା ଭାବେ ଗ୍ରହଣ କରି ରାସ୍ତାଘାଟ, ଅପିଂସ, ଯାତାୟତ ସ୍ଥଳ, ଚିକିତ୍ସାଳୟ  ଇତ୍ୟାଦି ସ୍ଥାନକୁ ପାନଚ୍ଥେପ, ଗୁଟକା ଜରି, ବିଡି ସିଗାରେଟର ଟୁକୁଡା ପକାଇ ଅପରିଷ୍କାର କରିବାରେ ସହାୟର ହୋଇଥାନ୍ତି ।  ହେଲେ ସବୁବେଳ ସମାନ ନ ଥାଏ ।  ସେମିତି କିଚ୍ଥି ପରିବେଶ ନଷ୍ଟ କରୁଥିବା ବ୍ୟକ୍ତି ବିଶେଷ ଧରାପଡିଥିଲେ ଜିଲ୍ଲାପାଳ  ଓ ଏସ୍.ପି. ଙ୍କ ହାତରେ ।  ଆଇନ ନ ମାନି ପାଂଇନି ଦେଇଥିଲେ ଖଇନି ପାଇଁ । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ୍.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ସିଡିଏମ୍ଓ  ଡା ବାରିଶ ଦାସ, ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା ପ୍ରେସ କ୍ଲବ   ସଭାପତି ରାଜୀବ ମହାନ୍ତିପ୍ରମୁଖ ଜିଲ୍ଲା  ମୁଖ୍ୟ  ଚିକିତ୍ସାଳୟରେ ସ୍ୱଚ୍ଚ୍ଥତା ହିଁ ସେବା କାର୍ଯ୍ୟକ୍ରମରେ ଜିଲ୍ଲା  ମୁଖ୍ୟ ଚିକିତ୍ସାନୁଷ୍ଠାନ  ସପେଂଇ କରିଥିଲେ ।  ଚିକିତ୍ସାନୁଷ୍ଠାନ  ବାହାର, ୱାର୍ଡ ଭିତର, ଶୈାଚାଳୟ ଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରିଷ୍କାର କରାଯାଇଥିଲା ।  ଏହି ସପାଂ ସମୟରେ କିଚ୍ଥି ଲୋକ ପାନଗୁଟ୍କା ଖାଇଥିବାର ଦେଖିବା ପରେ ଊଭୟ ଜିଲ୍ଲାପାଳ ଓ ଏସ୍.ପି. ତୁରନ୍ତ କାର୍ଯ୍ୟବୁସ୍ଥାନ  ଗ୍ରହଣ କରିଥିଲେ ।  ବାରମ୍ୱାର ପାନ, ଗୁଟ୍କାର ଭୟାବହତା ସଂପର୍କରେ ରୋଗୀ ଓ ସହାୟକ ମାନଙ୍କୁ ସଚେତନ କରାଯାଊଚ୍ଥି ।  ସାଇନ୍ ବୋର୍ଡ ମଧ୍ୟ ଲଗାଯାଇଚ୍ଥି ।  ଏପରିକି ସାଇନ୍ ବୋର୍ଡ ତଳେ ବସି ଜଣେ ରୋଗୀ ଯାହାଙ୍କ ହାତରେ ଚିକିତ୍ସା  ହେଊଥିବାରୁ ଚ୍ଥୁଞ୍ଚି ଲାଗିଚ୍ଥି ସେ ମଧ୍ୟ ପାନ, ଗୁଟ୍କା ଖାଇବା  ଅତ୍ୟନ୍ତ ଲଜ୍ୟାଜନକ ବୋଲି ଜିଲ୍ଲାପାଳ କହିଥିଲେ ।  ବୁଝାବୁଝି ବହୁତ ହୋଇଗଲା ଓ ଏଥିରୁ ବିଶେଷ ସୁପଂଳ ମିଳିନାହିଁ ।  ଏଣିକି ଦଣ୍ଡ ଦେଇ ପରିବେଶକୁ ସୁସ୍ଥ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିବା ସହ ୮ ଜଣ ରୋଗୀ ଓ ସହାୟକ ମାନଙ୍କ ଠାରୁ  ୯୮୦ ଟଂକା ଜୋରିମାନା ଆକାରରେ ଆଦାୟ କରିଥିଲେ ।  ଛତାବରର ମୁକ୍ତିକାନ୍ତ ଜେନା ଯିଏକି ଅସୁସ୍ଥତା ପାଇଁ ଚିକିତ୍ସା  ହେବାକୁ ଆସିଥିଲେ ଓ ତାଙ୍କ ହାତରେ ସିରିଞ୍ଜି ଚ୍ଥୁଞ୍ଚି ମଧ୍ୟ ଲାଗିଚ୍ଥି ।  ତାଙ୍କ ସହ ସହାୟକ ଦିଲିପ ନାୟକ, ଊଭୟ ପାନ, ଗୁଟକା ନିଷେଧ ବୋଲି ଲାଗିଥିବା ସାଇନ ବୋର୍ଡ ତଳେ ହିଁ ପାନ ଗୁଟ୍ଖା  ଖାଊଥିବାରୁ ୧୦୦ ଟଂକା ଲେଖାଏଁ ପାଂଇନ ଦେଇଥିଲେ ।  ସେହିପରି ରଘୁନାଥପୁରର ଶଶିରେଖା ସାମଲ ମଧ୍ୟ ପାନ ଖାଊଥିବାରୁ ଶହେ ଟଂକା ପାଂଇନ ଦେଇଥିଲେ ।  ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।  ହେଲେ ଆମେ ଅଭ୍ୟାସ ବଶତଃ ଏହା ଭୁଲ ହେଲେ ବି ଖାଇଥିଲୁ ।  ପାଂଇନ ଦେଲାପରେ ଆଊ ଖଇନି ଖାଇବୁନି ବୋଲି ପ୍ରତିକ୍ରିୟାରେ ଏହି ଦଣ୍ଡିତ ବ୍ୟକ୍ତି ବିଶେଷ ପ୍ରକାଶ କରିଥିଲେ ।  ସାଧାରଣରେ ଏହାକୁ ବହୁତ ଭଲ ପଦକ୍ଷେପ ବୋଲି କହିବା ସହ ଏହା ନିୟମିତ ହେଲେ ଡାକ୍ତରଖାନା ପରିସର ଆପେ ସୁଧୁରିଯିବ ବୋଲି ମତ ପ୍ରକାଶ ପାଇଥିଲା ।  ଏହି ସ୍ୱଚ୍ଚ୍ଥ କାର୍ଯ୍ୟକ୍ରମରେ ଚିକିତ୍ସାଳୟର  ସମସ୍ତ ଚିକିତ୍ସକ , କର୍ମଚାରୀ, ଅନ୍ୟାନ୍ୟ ବିଭାଗର ଅଧିକାରୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault