ହେଡଲାଇନସ୍:

ପ୍ରତ୍ୟେକଙ୍କ ଘରେ ପାଇଖାନା ଏକ ସମ୍ମାନ ଓ ସଭ୍ୟତାର ପ୍ରତୀକ:  ଜିଲ୍ଲାପାଳ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ)  :ପ୍ରତ୍ୟେକଙ୍କ ଘରେ ପାଇଖାନା ଏକ ସମ୍ମାନ, ସଭ୍ୟତା ଓ ସ୍ୱାଭିମାନର ପ୍ରତୀକ ।  ଆମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆହୁରି ୪୩ ଶତାଂଶ ପାଇଖାନା ନିର୍ମାଣର ଆବଶ୍ୟକତା ରହିଚ୍ଥି ।  ତେଣୁ ପାଇଖାନା ପାଇଁ ଆଊ ଏକ ବିପ୍ଳବର ଆବଶ୍ୟକତା ରହିଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃୃତି ଭବନ ପରିସରରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍ୱଚ୍ଚ୍ଥତା ପକ୍ଷ ପାଳନର ଊଦ୍ୟାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଜିଲ୍ଲାପାଳ ଶ୍ରୀ ଦାସ ବାହାରେ ପାଇଖାନା ଇତ୍ୟାଦି ଯିବା ଏକ ସାମାଜିକ ଲଜ୍ୟା ।  ବିଶେଷ କରି ମହିଳା ଓ ଶିଶୁ ମାନେ ସବୁଠାରୁ ଅଧିକ ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ।  ସରକାର ଯେହେତୁ ପ୍ରତ୍ୟେକଙ୍କ ଘରେ ପାଇଖାନା କରିବାକୁ ସହାୟତା ଦେଊଚ୍ଥନ୍ତି । ତେଣୁ ପ୍ରତ୍ୟେକ ବର୍ତ୍ତମାନ ଏହି ସୁବିଧା ହାସଲ କରି ନିଜ ଘରେ ପାଇଖାନାଟିଏ କରି ସ୍ୱଚ୍ଚ୍ଥତା ପ୍ରତି ଊତ୍ତରଦାୟୀ ହେବାକୁ ଆହ୍ୱାନ ଦେଇଥିଲେ ।  ଲକ୍ଷ୍ମୀ ପୁରାଣରେ ଶ୍ରୀୟା  ଚଣ୍ଡାଳୁଣୀର ସ୍ୱଚ୍ଚ୍ଥତା ପାଇଁ ଧନର ଦେବୀ ଲକ୍ଷ୍ମୀ ତା ଘରକୁ ଯିବାର ବର୍ଣ୍ଣନା ଅଚ୍ଥି ।  ତେଣୁ ପରିଷ୍କାର ପରିଚ୍ଚ୍ଥନ୍ନତା କେବଳ ସୁଦ୍ଧତା ଦିଏନା ବରଂ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଥାଏ ।  ଯେଊଁ ପର୍ଯ୍ୟଟନ ସ୍ଥଳ ଗୁଡିକ ପରିଷ୍କାର ଓ ସବୁଜିମା ଭରା ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ।  ତେଣୁ ସ୍ୱଚ୍ଚ୍ଥତା ନିଜ ପରିବାରରୁ ଆରମ୍ଭ କରିବାକୁ  ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଥିଲେ ।   ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବ୍ଲକ  ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ଯୋଗଦେଇ ସ୍ୱଚ୍ଚ୍ଥତା କେବଳ ସରକାର, ପ୍ରଶାସନ ଚାହିଁଲେ ହେବନି ବରଂ ପ୍ରତ୍ୟେକ ନିଜ ସ୍ତରରେ ସ୍ୱଚ୍ଚ୍ଥତା ପ୍ରତି ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।  ବିଗତ ଦିନ ମାନଙ୍କ ଅପେକ୍ଷା ବର୍ତ୍ତମାନ ଶିକ୍ଷାନୁଷ୍ଠାନ , କାର୍ଯ୍ୟାଳୟ ବା ଘର ମାନଙ୍କରେ ଅଧିକ ସ୍ୱଚ୍ଛତା ପରିଲକ୍ଷିତ ହେଊଚ୍ଥି ।  କିନ୍ତୁ ଏହାକୁ ଆହୁରି ବ୍ୟାପକ କରି ସଂକଳ୍ପର ସହ କାର୍ଯ୍ୟ କରିବାକୁ ସେମାନେ ଅନୁରୋଧ କରିଥିଲେ ।   ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଜିଲ୍ଲା  ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ଅତିଥି ପରିଚୟ,  ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରପୁଂଲ ଦେବତା ଧନ୍ୟବାଦ ଅର୍ପଣ ଓ ଜିଲ୍ଲା  ସ୍କୁଲ ଶିକ୍ଷକ ନିରଂଜନ ସାମଲ ସଭା ପରିଚାଳନା କରିଥିଲେ ।  ମୁଖ୍ୟ ଅତିଥି ପୂର୍ବତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବନମାଳୀ ମହନ୍ତଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।  ପ୍ରାରମ୍ଭରେ ଗୁରୁ ଶରତ କୁମାର ସାହୁ ଓ ଜିଲ୍ଲା  ସ୍କୁଲର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । 

 

 

0
0
0
s2sdefault