ହେଡଲାଇନସ୍:

ଦିବ୍ୟାଙ୍ଗ ମାନେ ଦୟାର ପାତ୍ର ନୁହଁନ୍ତି : ଜିଲ୍ଲାପାଳ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) : ସମସ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ  ମାନଙ୍କରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ପାଇଁ ରା଼ମ୍ପ ହେବା ବାଧ୍ୟତାମୂଳକ ବୋଲି ସରକାର ଆଇନ ପ୍ରଣୟନ କରିଚ୍ଥନ୍ତି ।  ଚଳିତ ନଭେମ୍ୱର ୧୫ ତାରିଖ ସୁଦ୍ଧା ସବୁଠାରେ ର୍ୟାମ୍ପ ହୋଇଥିବା ଜରୁରୀ ।  ଏହି ତାରିଖ ପରେ ଜିଲ୍ଲା ସ୍ତରରେ ଗଠିତ କମିଟି ଏହାର ଅନୁଧ୍ୟାନ କରି ଯଦି ର୍ୟାମ୍ପ ନ ହୋଇଥାଏ ସେ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କଡା ଚେତାବନୀ ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜିଲ୍ଳ୍ା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଦିବ୍ୟାଙ୍ଗ ମାନେ ଯେ, ସମାଜର ବୋଝ ବା ଦୟାର ପାତ୍ର ନୁହଁନ୍ତି ତାହା ଅନେକବାର ପ୍ରମାଣିତ ହୋଇସାରିଚ୍ଥି ।  ତେବେ ସେମାନଙ୍କ ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଊଥିଲେ ମଧ୍ୟ ସଚେତନତା ଅଭାବରୁ ଏହାର ସୁପଂଳ ସେମାନେ ପାଇପାରୁ ନାହାଁନ୍ତି ।  ଏହିସବୁ ଯୋଜନା ଓ ସୁବିଧା ସଂପର୍କରେ ଶବ୍ଦ ଓ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ବ୍ୟବସ୍ଥା କରି ଅଭିଯୋଗ ଶୁଣାଣୀ  ଓ ଅନ୍ୟାନ୍ୟ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପ୍ରଦର୍ଶିତ କରାଇ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ ।  ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା ପ୍ରଶାସନ କରିବାକୁ ଚିନ୍ତା କରୁଚ୍ଥି ବୋଲି କହିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ଯାତାୟତ ରିହାତି, ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସଂପୃକ୍ତ ବିଭାଗ କଡାକଡି ଭାବେ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ ।  ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଥିବା ବିବିଧ ସୁବିଧା ସୁଯୋଗ ସଂପର୍କରେ ତଥ୍ୟ ଊପସ୍ଥାପନ କରିଥିଲେ ।  ଜିଲ୍ଲାରେ ୫୪୧୯୫ ଜଣ ଦିବ୍ୟାଙ୍ଗ ରହିଚ୍ଥନ୍ତି ।  ଏହା ଜିଲ୍ଲାର ଜନ ସଂଖ୍ୟାର ୨.୯୭ ଭାଗ ଥିବାବେଳେ ରାଜ୍ୟରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ଶତକଡା ୩ ଭାଗ ରହିଚ୍ଥି ।  ଜିଲ୍ଲାରେ  ୯ ଜଣ ଦିବ୍ୟାଙ୍ଗଙ୍କୁ ଊଚ୍ଚ ଶିକ୍ଷା ପାଇଁ ଲ୍ୟାପଟପ୍, ୧୭୦ ଜଣ ଦିବ୍ୟାଙ୍ଗଙ୍କୁ ରେଡକ୍ରସ ପକ୍ଷରୁ ୯ ଲକ୍ଷ ୧୦ ହଜାର ଟଂକାର ସହାୟତା ଦିଆଯାଇଚ୍ଥି ।  ଜିଲ୍ଲାରେ ୧୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନ ହୋଇଥିବା ବେଳେ ଚଳିତ ବର୍ଷ ୫୦ ଟି ଅଧିକ ଦିବ୍ୟାଙ୍ଗଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନର ଲକ୍ଷ୍ୟ ରଖାଯାଇଚ୍ଥି ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ଊମେଶ ଚନ୍ଦ୍ର ଲେଙ୍କା, ଊପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମଲ୍ଲ, ଏ.ଡି.ଏମ୍.ଓ. ଡା. କାହ୍ନୁ ଚରଣ ନାୟକ, ଡି.ସି,ପି.ଓ. ନିରଂଜନ କର, ଡି.ଏସ୍.ଡବ୍ଳୁ.ଓ. ଅମିତା ମିଶ୍ର, ଡି.ପି.ଓ. ଅଶୋକ କୁମାର ସେଠୀ, ବସ୍ ମାଲିକ ସଂଘ ସଂପାଦକ ବିଜୟ କୁମାର ମହାନ୍ତି, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଲାଲ୍ ମୋହନ ସେଠୀ ଓ ଅନ୍ୟାନ୍ୟ  ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

 

0
0
0
s2sdefault