ହେଡଲାଇନସ୍:

ମହରମ ଓ ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ଦାବୀକଲା କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ/ସତ୍ୟ ସ୍ୱାମୀ : ଭଦ୍ରକର ମହରମ ଓ ଗଣେଶ ଭସାଣି ଶୋଭଯାତ୍ରାକୁ ନେଇ ହିନ୍ଦୁ, ମୁସ୍ଲିମ ଉଭୟ ସଂପ୍ରଦାୟର ହିତାକାଙ୍କ୍ଷୀ, ଦାୟିତ୍ୱବାନ ନାଗରିକମାନେ ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ମୁସ୍ଲିମ ଜମାତର  କର୍ମକର୍ତ୍ତାମାନଙ୍କ ବାରମ୍ବାର ନିବେଦନ ଓ ଆଲୋଚନା ସତ୍ତ୍ୱେ  ପ୍ରଶାସନ ପୂର୍ବ ନିଷ୍ପତ୍ତିରୁ ଓହରିଲା ନାହିଁ । ଶେଷରେ ମହରମ ପର୍ବର ତାଜିଆ / କାଫଲା ଏବଂ ଓ ଗଣେଶ ଭସାଣିର ଶୋଭାଯାତ୍ରା ପାରମ୍ପରିକ ରାସ୍ତାରେ ବାହାର ନ କରିବାକୁ ଅଙ୍କୁଶ ଲଗାଇଲା । ଗଣତାନ୍ତ୍ରିକ ବ୍ୟବସ୍ଥା  ଅନୁଯାୟୀ, ମହରମ ପର୍ବ ଗଣେଶ ଭସାଣୀର ଶୋଭାଯାତ୍ରାକୁ ଜିଲ୍ଳା ପ୍ରଶାସନ ଅନୁମତି ନ ଦେବାରୁ ଭଦ୍ରକ କଂଗ୍ରେସ ଏହାର ଦୃଢ ନିନ୍ଦା କରିବା ସହ ଏହାର ପ୍ରତିବାଦ ଜଣାଇ ପ୍ରଶାସନ ଉଭୟ ସଂପ୍ରଦାୟର ଶୋଭାଯାତ୍ରାକୁ ଅନୁମତି ଦେବା ନିମନ୍ତେ ଦାବୀ ଉପସ୍ଥପାନ କରୁଛି ।  କଂଗ୍ରେସ ଜିଲ୍ଳା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ପିପସି ସମ୍ପାଦକ ସେକ ଗୁଲାମ ମଇଉଦ୍ଧିନ, ସଂଖ୍ୟାଲଘୁ ଜିଲ୍ଳା ସଭାପତି ସେକ ସମ୍ଦାନୀ, ଚଉଦ ମହଲା ମୁସଲିମ୍ ଜମାତ୍ର ସହସମ୍ପାଦକ ସେକ ସିରାଜୁଦ୍ଧିନ, ଛାତ୍ର କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, ସେକ ବୁଗ୍ଦାଦ ପ୍ରମୁଖ ଦାବୀପତ୍ର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ  ଯେ ଭଦ୍ରକରେ ୧୯୯୧ ମସିହାରେ ଯେଉଁ ଅଘଟଣ ଘଟିଥିଲା, ସେତେବେଳର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଉଭୟ ସଂପ୍ରଦାୟର ପର୍ବପର୍ବାଣୀରେ ଅଙ୍କୁଶ ଲଗାଇଥିଲେ । ପୁଣି ୧୯୯୫ ମସିହାରେ ସ୍ୱର୍ଗତ ଜାନକୀ ବଳ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବ ସରକାରଙ୍କ କଟକଣାକୁ ଉଠାଇ ଦେଇ ଉଭୟ ସଂପ୍ରଦାୟର ଧାର୍ମିକ ଶୋଭାଯାତ୍ରା କରାଯାଉ ବୋଲି ନିର୍ଦ୍ଦେଶ  ଦେଇଥିଲେ । ୨୦୧୭ ମସିହାରେ ଭଦ୍ରକରେ ଯେଉଁ ଅଘଟଣ ଘଟିଲା, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଭଦ୍ରକରେ ଉଭୟ ସଂପ୍ରଦାୟର ଧାର୍ମିକ ଶୋଭାଯାତ୍ରା ଉପରେ ଅଙ୍କୁଶ ଲଗାଇଛନ୍ତି । ଯାହା ଭଦ୍ରକବାସୀଙ୍କ ଧର୍ମୀୟ ଭାବନାକୁ କୁଠାରାଘାତ କରିଛି । ପ୍ରଶାସନ ଏହାକୁ ଲକ୍ଷ୍ୟ ରଖି ତୁରନ୍ତ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେବାକୁ ଦାବୀ ଜଣାଇଛନ୍ତି ।  

0
0
0
s2sdefault