ହେଡଲାଇନସ୍:

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/ନିରୋଜ ମିଶ୍ର  - ସ୍ଥାନୀୟ କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ  ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସନାତନ ଠାକୁର, ମୁଖ୍ୟ ବକ୍ତା ଭାବେ କୈଳାଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥି ପରିଚୟ, ସମ୍ପାଦକ ସୁରେନ୍ଦ୍ର କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଓ ସମ୍ଭାଗ ସଂଯୋଜକ ଜ୍ୟୋତି ରଂଜନ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  ଜ୍ଞାପନ କରିଥିଲେ । ସମ୍ଭାଗ ଅନ୍ତର୍ଗତ ଚାରୋଟି ଜିଲ୍ଲାରୁ ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ । ଶିଶୁ, ବାଳ ଓ କିଶୋର ବର୍ଗର ସଂସ୍କୃତି ବୋଧ ପରିଯୋଜନା, ବୈଦିକ ଗଣିତ ଓ ବିଜ୍ଞାନ ବିଷୟରେ ପ୍ରଶ୍ନମଂଚ ଓ ପତ୍ର ବାଚନ ପ୍ରତିଯୋଗିତା ଅନୁଷ୍ଠିତ   ହୋଇଥିଲା । ସଂସ୍କୃତି ବୋଧ ପତ୍ର ବାଚନରେ ସିଂଚନ ମିଶ୍ର, ଅନ୍ନପୂର୍ଣ୍ଣା ପାଲ, ହିନା ଆରା, ବୈଦିକ ଗଣିତରେ ଶାଶ୍ୱତ ତ୍ରିପାଠୀ ଓ ଦୀପାଂଜଳୀ ପାତ୍ର ତଥା ବିଜ୍ଞାନରେ ହୃଦରଂଜନ ପଧାନ ଓ ରଜତ ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ସଂସ୍କୃତି ବୋଧ ପ୍ରଶ୍ନମଂଚରେ ଶିଶୁ ବର୍ଗର ସମ୍ବିତ ସାହୁ, ଓମକାର ମାଝୀ, ପ୍ରୟାସ କୁଦେଇ, ବାଳ ବର୍ଗର ଅଙ୍କିତ ସାହୁ, ସିପୁନ ଦନ୍ତା, ନୀତିନ ଯୋଶୀ ଏବଂ କିଶୋର ବର୍ଗର ମନୋରଂଜନ ମହାପାତ୍ର, ସଂଗ୍ରାମ ବିଶ୍ୱାଳ, ସୋହନ ସୌଭାଗ୍ୟ ପଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବୈଦିକ ଗଣିତ ପ୍ରଶ୍ନମଂଚ ବାଳ ବର୍ଗରେ ସଂଗ୍ରାମ ସମର୍ପିତ କୁଅଁର, ପ୍ରତ୍ୟୁଷ  ପଧାନ, ସ୍ୱାଭିମାନ ନାୟକ, କିଶୋର ବର୍ଗରେ ଅର୍ପଣ କୁମାର ମିଶ୍ର, ଅଭିନବ କୁମାର ଆଚାର୍ଯ୍ୟ, ଜ୍ଞାନ ରଂଜନ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜ୍ଞାନ ପ୍ରଶ୍ନ ମଂଚ ବାଳବର୍ଗରେ ଅନୁପମା ସାହୁ, ମିନତୀ ମେହେର, କମଳ ମେହେର ତଥା କିଶୋର ବର୍ଗରେ ଆକର୍ଷଣ ମିଶ୍ର, ଅଂଶିକା ମେହେର, ସୁଜଲ କୁମାର ସାହୁ ବିଜୟୀ ହୋଇଥିଲେ । ଏହି କୃତୀ ଛାତ୍ର ଛାତ୍ରୀମାନେ ଆସନ୍ତା ନଭେମ୍ବର ମାସରେ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର, ସୁଶାନ୍ତ ପାଣିଗ୍ରାହୀ, ଗୁପ୍ତେଶ୍ୱର ଥନାପତି ଓ କାର୍ଯ୍ୟାଳୟ ପ୍ରମୁଖ ଜ୍ଞାନ ରଂଜନ ପାଢୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ, ବିରାଟ କିଶୋର ପଧାନ, ଅମ୍ବରିଶ ଭୋଇ ଓ ବିଷ୍ଣ ମିଶ୍ର ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ  । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଶୀ ଭୂଷଣ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ  ସମସ୍ତ ଗୁରୁଜୀ, ଗୁୁରୁମା,  ସେବକ, ସେବିକା ସହଯୋଗ କରିଥିଲେ । 

 

0
0
0
s2sdefault