ହେଡଲାଇନସ୍:

ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଅ : ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ ଓ ସ୍ୱତନ୍ତ୍ର ଉପକମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର କକ୍ଷରେ ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ବିଭାଗର ଆବାହକତ୍ୱରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଓ ଲାଇନ୍‍ ବିଭାଗ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ, ଗ୍ରାମୀଣ ଜୀବିକା ମିଶନ କମିଟି ଏବଂ ରୁଣ ଜମା ଅନୁପାତର ସ୍ୱତନ୍ତ୍ର ଉପକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ତଥା ବ୍ରହ୍ମପୁର ସ୍ଥିତ ଆନ୍ଧ୍ରବ୍ୟାଙ୍କ କ୍ଷେତ୍ରିୟ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଭୁବନେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱରେ କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ଜିଲ୍ଲାର ବିକାଶରେ ବ୍ୟାଙ୍କ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି କହି ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କର ରୁଣ ଓ ଜମି ଅନୁପାତ ୩୦ ପ୍ରତିଶତ ରହିଛି । ଯାହାକି ଜାତୀୟ ରୁଣ ଓ ଜମା ଅନୁପାତରେ ବହୁତ କମ । ଚଳିତ ଆର୍ଥିକ ବର୍ଷରେ ରୁଣ ଓ ଜମା ଅନୁପାତ ବୃଦ୍ଧି କରିବା ସହ ଜିଲ୍ଲାର ଅପହଞ୍ଚରେ ବ୍ୟାଙ୍କ ନଥିବା ଗ୍ରାମରେ ଗ୍ରାହକ ସେବା ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ବ୍ୟାଙ୍କ ଗୁଡିକ ସହ ଉତ୍ତମ ସମନ୍ୱୟ ରକ୍ଷା କରି ସରକାରୀ ଯୋଜନା ଗୁଡିକର ସଫଳ ରୁପାୟନ କରିବାକୁ ପରାମର୍ଶ  ଦେଇଥିଲେ । ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ଧିରେନ୍ଦ୍ର କୋରକରା । ଭୁବନେଶ୍ୱର ରିଜେର୍ଭ ବ୍ୟାଙ୍କର ଏଲ.ଡି.ଓ ନିର୍ମଳ ପଟ୍ଟନାୟକ, ଷ୍ଟେଟବ୍ୟାଙ୍କର ଏ.ଜି.ଏମ ପ୍ରମୋଦ କୁମାର ପ୍ରଧାନ,ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ତରୁକ, ଜିଲ୍ଲା ନାବାର୍ଡର ଡି.ଡି.ଏନ୍‍ ସୌଦ୍ୟୋମ୍ନ ପାଲ ପ୍ରମୁଖ ମଞ୍ଚାସୀନ ହୋଇ ଜିଲ୍ଲାରୁ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲାଯିବା ସହ ଗ୍ରୁପ ଏକାଉଣ୍ଟ ଖାତା ଖୋଲାଯିବା ଏବଂ ଉପଯୁକ୍ତ ଗ୍ରୁପ ଓ ହିତାଧିକାରୀ ଚିହ୍ନଟ କରାଯାଇ ତୁରନ୍ତ ରୁଣ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମେନେଜର ଶ୍ରୀ ଦାମୋଦର ଉଗର ସଣ୍ଡି ବୈଠକକୁ ଏଜେଣ୍ଡା ପ୍ରକାରେ ସଂଯୋଜନା କରି ବିଭିନ୍ନ ବ୍ୟାଙ୍କର ଆର୍ଥିକ ବର୍ଷରେ ରହିଥିବା ରୁଣ ଓ ଜମା ଅନୁପାତ ଉପରେ ବୈଠକର ସୂଚନା ପ୍ରଦାନ କରିଥିଲେ  ।

0
0
0
s2sdefault