ପାରଳାଖେମୁଣ୍ଡି/ Balakrushna Panigrahi : ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନ ପରିସର ଛକ ଠାରେ ରେଳ ସଂରକ୍ଷଣ ଓ ଅଣସଂରକ୍ଷଣ ଟିକେଟ କାଉଣ୍ଟର ତଥା ଶ୍ରୀଜଗନ୍ନାଥ ଯାତ୍ରୀ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ପାରଳା ବିଧାୟକ କେ.ସୁରିଆ ରାଓ ଏବଂ ପାରଳା ରାଜ ପ୍ରସାଦ ରାଜକୁମାରୀ କଲ୍ୟାଣୀ ଗଜପତି ନାରାୟଣ ଦେବ ମିଳିତ ଭାବେ ଟିକଟ ସେବା କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ପରେ ଅତିଥି ମାନେ ଟିକଟ କାଉଣ୍ଟରର ସମସ୍ତ ବୁଲି ଦେଖିଥିଲେ । ପରେ ଟିକଟ ସେବା କେନ୍ଦ୍ରରେ ମଖଲିଙ୍ଗ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ବିଧାୟକ ଶ୍ରୀ ରାଓ ଯୋଗଦେଇ ଏହି ସେବା କେନ୍ଦ୍ର ତଥା ଟିକଟ କାଉଣ୍ଟର ଦ୍ୱାରା ପାରଳାଖେମୁଣ୍ଡି ସହରବାସୀଙ୍କ ସମେତ ସମଗ୍ର ଜିଲ୍ଲାବାସୀ ରେଳ ଯୋଗେ ଯିବା ଆସିବା କ୍ଷେତ୍ରରେ ବେସ ଉପକୃତ ହୋଇପାରିବେ । ସଂରକ୍ଷଣର କି ଅଣସଂରକ୍ଷଣ କି ଅନ୍ୟ କୌଣସି ଟିକଟ ପାଇଁ ଆଉ ଚିନ୍ତିତ ହେବା ଦରକାର ନାହିଁ । ସବୁଏଠାରେ ହିଁ ମିଳିବ । ରେଳ ଯାତ୍ରା କ୍ଷେତ୍ରରେ ଆମ ଅଞ୍ଚଳରୁ ରେଳବାଇକୁ ଆମେ ଯେତେ ଅଧିକ ଟିକଟ ରାଜସ୍ୱ ଦେବା ସେତେ ପରିମାଣରେ ଆମ ଅଞ୍ଚଳରେ ରେଳପଥରେ ବିକାଶ ହୋଇପାରିବ । ଏବଂ ରାଜସ୍ୱ ଦେଖି ରେଳ କର୍ତ୍ତୃପକ୍ଷ ସେହିପରିମାଣର ଟ୍ରେନ ଚଳାଚଳର ବ୍ୟବସ୍ଥାର ପଦକ୍ଷେପ ନେବେ ବୋଲି କହିଥିଲେ । ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ କୁମାରୀ କଲ୍ୟାଣୀ ଗଜପତି, ପାରଳା ପୌରନଗରପାଳିକା ଏମ . ଲଳିତା ଏବଂ ପୂର୍ବତଟ ରେଳପଥ ଵାଲଟେର ଡିଭିଜନର ବରିଷ୍ଟ ବୈଷୟିକ ଅଧିକାରୀ ଶ୍ରୀ ଏମ.ଜି ସ୍ୱାମୀ ଯୋଗଦେଇଥିଲେ ମଞ୍ଚାସୀନ ଭାବେ । ଏହି କାଉଣ୍ଟର ଦ୍ୱାରା ସମସ୍ତ ଅଞ୍ଚଳକୁ ଯିବା ପାଇଁ ସଂରକ୍ଷଣ ଏବଂ ଅଣସଂରକ୍ଷଣ ଟିକଟ ସମେତ ତତ୍କାଳୀନ, ପାସ୍,ବରିଷ୍ଠନାଗରିକ,କ୍ୟୁଏସଟି,ଏମଏସଟି ଏବଂ ଵାଇଏସଟି ଟିକଟ ଉପଲ୍ବଧ ହେବ । ଅନ୍ୟ ପକ୍ଷରେ ଦେଶର ବିଭିନ୍ନ ସହରାଞ୍ଚଳର ଥିବା ରେଲେଵ ଟିକଟ କାଉଣ୍ଟରରେ ନେଟଵାର୍କ କାମ କରିବା ଭଳି ଏହି କାଉଣ୍ଟରରେ ମଧ୍ୟ ଠିକ ସେହିଭଳି ନେଟଵାର୍କ କାମ କରିବ ବୋଲି ସୂଚନା ଦିଆଯାଇଛି ।