ହେଡଲାଇନସ୍:

୪୪ ଦିନିଆ ସମୂହ  ଛୁଟିରେ ଗଲେ ଓଡ଼ିଶାର ସମସ୍ତ କାର୍ଯ୍ୟରତ ଡିପ୍ଲୋମା ଇଂଜିନିୟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର\Ujjwal Kar : ଡିପ୍ଲୋମା ଇଂଜିନିୟରଙ୍କ ପ୍ରତି ଓଡ଼ିଶା ସରକାରଙ୍କ ପକ୍ଷପାତ ଓ ଅନ୍ୟାୟ ପ୍ରତିବାଦରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଆନ୍ଦୋଳନ  ଜୋରଦାର କରିଅଛି । ପୂର୍ବ ଘୋଷଣା ଅନୁଯାୟୀ ତା ୧୮/୦୯/୨୦୧୮ ରିଖରୁ ରାଜ୍ୟର ସେବାରତ ୮୫୦୦ ଡିପ୍ଲୋମା ଇଂଜିନିୟରମାନେ ୪୪ଦିନ ସମୂହ ଛୁଟିରେ ଯାଇଅଛନ୍ତି । ଆଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଡିପ୍ଲୋମା ଇଂଜିନିୟରମାନେ ଏକାଠି ହୋଇ ଓଡ଼ିଶା ସଂଘଭବନରେ ସରକାରଙ୍କ ଉଦାସୀନତାର ପ୍ରତିବାଦ କରିଥିଲେ । ପୂର୍ବରୁ ସମୂହ ଛୁଟି ସଂପର୍କରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସଂଘର ୫ଦଫା ଦାବି ସମ୍ପର୍କରେ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ସରକାର ଅଦ୍ୟାବଧି କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଯଦ୍ୱାରା ଜିଲ୍ଲାର ସମସ୍ତ ଡିପ୍ଲୋମା ଇଂଜିନିୟରମାନେ ପୂର୍ବ ଘୋଷିତ ତା ୧୮/୦୯/୨୦୧୮ ରିଖଠାରୁ ତା ୩୧/୧୦/୨୦୧୮ ରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାପାଇଁ ବାଧ୍ୟ ହେଲେ । ସଂଘର ପାଞ୍ଚଦଫା ଦାବି ଦାବୀ ଗୁଡିକ ହେଉଛି ୧) ଡିପ୍ଲୋମା ଇଂଜିନିୟରଙ୍କ ମୂଳ ନିଯୁକ୍ତି ପଦବୀ ସହକାରୀ ଯନ୍ତ୍ରୀ କରାଯିବା ଓ ପଦୋନ୍ନତି ହାର ୫୦ ପ୍ରତିଶତକୁ ବୃଦ୍ଧି ୨) ପଞ୍ଚାୟତିରାଜ ବିଭାଗର ସମସ୍ତ ଜି.ପି.ଟି.ଏ ଓ ଜେ.ଇ. ଆର.ଡବ୍ଲୁ୍ୟ.ଏସ୍. ଏଣ୍ଡ୍ ଏସ୍.(୨)ଙ୍କୁ ରେଗୁଲାର ନିଯୁକ୍ତି ପ୍ରଦାନ ଓ ବର୍ତ୍ତମାନର ସମସ୍ତ ଜେ.ଇ.ଙ୍କୁ ଏ.ଇ. କରିବା ୩) ଡିପ୍ଲୋମା ଇଂଜିନିୟରଙ୍କୁ ଉପଯୁକ୍ତ ହାରରେ ଆରଏସିପି ପ୍ରଦାନ କରିବା ୪) କ୍ୟାଡର଼୍ର ପୁନର୍ଗଠନ ହୋଇନଥିବା ଅଣ ଇଂଜିନିୟରିଙ୍ଗ୍ ବିଭାଗରେ ଡିପ୍ଲୋମା ଇଂଜିନିୟରଙ୍କ କ୍ୟାଡ଼ର ପୁନର୍ଗଠନ ୫) କୃଷି ଓ ମେକାନିକାଲ୍ ବିଭାଗ ଇତ୍ୟାଦିରେ ନିଯୁକ୍ତ ଡିପ୍ଲୋମା ଇଂଜିନିୟରଙ୍କର କ୍ୟାଡ଼ରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ।

0
0
0
s2sdefault