ହେଡଲାଇନସ୍:

 ପରୀକ୍ଷା ଘୁଞ୍ଚାଇବାକୁ ନେଇ ଛାତ୍ର ଆନ୍ଦୋଳନ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼/ନୀଳ ଦୀପ : -ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୨ ତାରିଖରେ +୩ର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା କରାଇବା ପାଇଁ ୧୦ ତାରିଖ ନୋଟିସ ଜାରି କରିଥିଲେ । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୮ଟି କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ବରଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି କରନ ସିକନ୍ଦରଙ୍କ ନେତୄତ୍ବରେ ଭୂମୟ ଛତ୍ରିଆ,ନିଲାମ୍ବର ଦୀପ,ମୋହନ ସୁନା,ରାହୁଲ ସାହୁ,ମୋହିତ ଭୋଇ,ଶୁଭମ ସାହୁ,ସୁମନ ସାହୁ, ପବନ ସାହୁ,ସୁରେନ ତାଣ୍ଡି,ଲିପନ ଦାସ,ଅଜିତ ଦୀପ,ସଂଜୟ ଦୀପ,କାହ୍ନୁ କରୁଆଁ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନର ମୁଖ୍ୟଗେଟକୁ ତାଲା ପକାଇ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ ପ୍ରତିବାଦ କରିଛନ୍ତି କଲେଜର ଛାତ୍ରଛାତ୍ରୀ । ପୁଣି ଆଗକୁ ବିଭିନ୍ନ କଲେଜମାନଙ୍କରେ ନିର୍ବାଚନ ରହିଥିବାରୁ ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ ଛାତ୍ରମାନେ ଦାବି କରିଛନ୍ତି । ଏହାସହ ଦାବି ପୁରଣ ନହେଲେ ଭୟଙ୍କର ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault