ହେଡଲାଇନସ୍:

   ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ  “ଆଇନ ସଚେତନତା ଶିବିର’’  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତୋଲ/Ramesh Mohanty  : ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମ ପଚାଂୟତର ସୋଲଗାଡିଆ ମଠ ସମ୍ମୁଖରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅଣ ସଂଗଠିତ ଶ୍ରମିକମାନଙ୍କ ପାଇଁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରା କମଳାକାନ୍ତ ରାଉତ ସଭାପତିତ୍ୱ କରି ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଥିବା ଆଇନ ବିଷୟରେ ବିଶେଷ କରି ଆମ ସମ୍ବିଧାନ ପ୍ରଦତ୍ତ ବିଭିନ୍ନ ଅଧିକାର ତଥା ଭବନ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ,ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ,ସମାନ ପାରିଶ୍ରମିକ ଅଧିନିୟମ,ମଜୁରୀ ପ୍ରଦାନ ଅଧିନିୟମ,ସର୍ବନିମ୍ନ ମଜୁରୀ ଆଇନ ଓ ଅଣ ସଂଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଅଧିନିୟମ ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ବୁଝାଇଥିଲେ ।ଏହି ସଭାରେ ଜିଲ୍ଲା ଶ୍ରମ ଅଫିସ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବାବା ଆନନ୍ଦ ଦାସ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୌମ୍ୟାରଂଜିତା ଦଳାଇ ସଚେତନତା କରାଇଥିଲେ । ଏହି ସଭାରେ ସର୍ବମୋଟ ୭୫ ଜଣ ଶ୍ରମିକଙ୍କୁ ଅସଙ୍ଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଅଧିନିୟମ ଅନ୍ତର୍ଗତ ପଞିକରଣ କାର୍ଡ ଦିଆଯାଇଥିଲା । 

0
0
0
s2sdefault