ହେଡଲାଇନସ୍:

ନେମାଳର ଭବିଷ୍ୟବକ୍ତା ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁଙ୍କ ପୀଠ ପିପ୍ପଳମାଧବ ଭିମବ୍ରହ୍ମପୁରରେ ଚିହ୍ନଟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପିପ୍ପଳମାଧବ ନିକଟ ଭିମବ୍ରହ୍ମପୁର ଠାରେ ପଞ୍ଚସଖା ନେମାଳର ଭବିଷ୍ୟବକ୍ତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁ ଙ୍କ ପୀଠର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଦେଖିବା ନିମନ୍ତେ ନେମାଳ ସହିତ ବିଭିନ୍ନ ସ୍ଥାନରୁ ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ମାନଙ୍କର ଶୁଅ ଛୁଟୁଥିବା ଦେଖିବାକୁ ମିଳୁଛି।ସୂଚନାନୁଯାୟୀ,ଉତ୍କଳମାଟିରେ ପଞ୍ଚସଖା ସଂସ୍କୃତି ଶୃଷ୍ଟି ହୋଇ ଏହି ପବିତ୍ର ମାଟିକୁ ବହୁ ଗ୍ୟାନ ପ୍ରଦାନ କରିଯାଇଛନ୍ତି। ଏହି ପଞ୍ଚସଖା ମାନେ ହେଲେ,ନେମାଳର ଅଚ୍ୟୁତାନନ୍ଦ,ସାତଲହଡି ମଠର ଜଗନ୍ନାଥ ଦାସ,ଏରବନ୍ଗ ପୁରୀର ବଳରାମ ଦାସ,ଅଢନ୍ଗ ଜଗତସିଂହପୁରର ଯଶୋବନ୍ତ ଗୋସ୍ଵାମୀ ଓ ବାଲିପାଟଣା ଖୋର୍ଦ୍ଧାର ଶିଶୁଅନନ୍ତ ଦାସ,ଏହି ମହାପୁରୁଷ ମାନେ ଓଡିଶାର ପୁରେ ପୁରେ ପରିଚିତ ଓ ପୁଜିତ।ଏହି ପଞ୍ଚସଖା ମାନେ ନଦୀୟା ନବଦିପର ଶ୍ରୀ ଚୈତନ୍ୟଙ୍କ ଶିଷ୍ୟଥିଲେ ବୋଲି ଅଚ୍ୟୁତାନନ୍ଦ "ଗରୁଭକ୍ତି ଗିତା"ରେ ବର୍ଣ୍ଣନା କରିଛନ୍ତି।ଏହି ପଞ୍ଚସଖା ମାନଙ୍କମଧ୍ୟରୁ ଭବିଷ୍ୟବକ୍ତା ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଦ୍ୱାଦଶ ଗୋପାଳ ଥିଲେ।ସେମାନଙ୍କ ମଧ୍ୟରୁ କାନେଶ୍ୱରୀ ବନର ରାମଦାସ ଥିଲେ ମୁଖ୍ୟଶିଷ୍ୟ ତଥା ସଖା। ସେହିପରି ଅଚ୍ୟୁତାନନ୍ଦଙ୍କ ଆଉଜଣେ ଶିଷ୍ୟଥିଲେ ଶାରଳାମନ୍ଡଳର ଅନନ୍ତ ଗୋସାଇଁ।ଅଚ୍ୟୁତାନନ୍ଦ ଗୁରୁଭକ୍ତି ଗିତାରେ ଅନନ୍ତଙ୍କ ଗାଦି ଶାରଳା ମଣ୍ଡଳର ବାଲିଚାନଗର ବୋଲି ବର୍ଣ୍ଣନା କରିଛନ୍ତି।ସର୍ବପ୍ରଥମେ ଅନନ୍ତ ସାନପଦା ମଠ ଆହାଣାରେ ରହୁଥିଲେ ।ସେ ଅଞ୍ଚଳବାସୀଙ୍କ କଡା ଦ୍ରବ୍ଯ ଗ୍ରହଣରେ ଅସନ୍ତୁଷ୍ଟ ହୋଇ ତେନ୍ତୁଳିପଦାର ବାଲିଝରି ଗ୍ରାମରେ ରହିଲେ।ସେଠାରେ ବହୁଦିନ ରହି ଧ୍ୟାନ କରିଥିଲେ।ଏହାର ପ୍ରମାଣ ଅଚ୍ୟୁତଙ୍କ ବହୁ ତାଳପତ୍ର ପୋଥି,ଖୋଦାଥିବା ଶୀଳା ଲେଖନୀ,ଶାଳଗ୍ରାମ ଓ ଆସନ (ପ୍ରସ୍ତର)ର ରହି ପୂଜା ହେଉଛି।ଏହି ପୀଠକୁ ନୀଳବନ ବାସୁଦେବ ଅନନ୍ତଗାଦି କୁହାଯାଏ।କାରଣ ଧ୍ୟାନ ଓ ସାଧନା ପାଇଁ ଅଚ୍ୟୁତାନନ୍ଦ "ନୀଳବନ"ଅନନ୍ତ ଙ୍କୁ ଦାନକରିଥିଲେ।ଏଠାରେ ମହାପୁରୁଷ ଧ୍ୟାନ କରିଥିବାରୁ ସଂକ୍ଷିପ୍ତରେ "ନିଳବନ"ଗାଦୀ କୁହାଯାଏ।ଗୋବିନ୍ଦପୁର ପଞ୍ଚାୟତର ଏହି ଭୀମବ୍ରହ୍ମପୁର ଠାରେ ମହାପୁରୁଷ ଅସ୍ଥାୟୀ ଭାବେ ରହି କିଛିଦିନ ପରେ ଗୋପାଳ ଶିଷ୍ୟ ପୁତ୍ର ଭିକାରୀ ଦାସଙ୍କୁ ଆଣି ଏହି ସ୍ଥାନରେ ରହିଥିଲେ ଓ ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜୀବିତ ସମାଧି ନେଇଥିଲେ ବୋଲି ସେବାକାରୀ ତାଙ୍କ ବାପା,ଅଜାଙ୍କ ଠାରୁ ଶୁଣିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।ଅତୀତର ବାଲିଚାନଗରକୁ ଏବେ ଭୀମବ୍ରହ୍ମପୁର ବାଲିଝାରୀ ବୈଷ୍ଣବସାହି ରୂପେ ପରିଚିତ।କାଳକ୍ରମେ ଅନନ୍ତ ଗୋସାଇଁ ଙ୍କ ସେବା ପୂଜା ଗୋପାଳ ବୈଷ୍ଣବ ମାନେ କରିଥିଲେ ସେମାନଙ୍କୁ,ବାଲିଚାନଗର(ଆହାଣା,ବାଲିଝାରୀ,ଦନ୍ଡମୀର,ପାଉଁସିରା ଓ ଖନ୍ଡାସାହି)ର ବାସିନ୍ଦା ତଥା ଗୋପାଳମାନେ ଗୋସାଇଁ ବୋଲି ସମ୍ବୋଧନ କରିଥିଲେ।ଅନନ୍ତ ଗୋସାଇଁ ରାହାସ ଗୁରୁ ଥିଲେ ବୋଲି ଅନନ୍ତ ଗୋସାଇଁ ଙ୍କ ଗୀତା ଖଣ୍ଡରେ ଉଲ୍ଲେଖ ରହିଛି।ପୁରୀ ବଡଦାଣ୍ଡରେ ଅଚ୍ୟୁତ ଖୋଳ ଓ ଝାଞ୍ଜ ଅନନ୍ତ ଙ୍କୁ ଦେଇଥିଲେ।ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ରାମଦାସ ଙ୍କ ଅନୁଗାମୀ ଅନନ୍ତ ଥିଲେ ବୋଲି ଗବେଷକ ମାନେ ମତଦିଅନ୍ତି।ଅଚ୍ୟୁତ ଙ୍କ ଇଷ୍ଟଦେବୀ ଥିଲେ ଜାଗୁଳେଈ।ସେହିପରି ବାଲିିଝାରି (ବଲିଚାନଗର) ଭୀମବ୍ରହ୍ମପୁର ଅନନ୍ତଙ୍କ ସମାଧିରେ ଜାଗୁଳେଈ ଓ ନିଳବନ ଗାଦି ପୂଜାପାଇ ଆସୁଛନ୍ତି।ଏହି ପୀଠରେ ୧୨ମାସରେ ୧୩ପର୍ବ ପାଳନ କରାଯାଉଥିବା ବେଳେ ୨ଗୋଟିି ପର୍ବ(ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରାଦ୍ଧ ଉତ୍ସବ ଓ ଇନ୍ଦ୍ର ପୂୂୂର୍ଣମା ଉତ୍ସବ)ଭକ୍ତ ଓ ଗୋପାଳ ବୈଷ୍ଣବ ମାନେ ମିଶି ପାଳନ କରିବା ସମୟରେ କିର୍ତନରେ ଚତୁର୍ଦ୍ଦିଗ କମ୍ପନ ହୋଇ ଏକ ଆଧ୍ୟାାତ୍ମିକ ପରିିିବେଶ ସୃୃୃଷ୍ଟି ହୋଇଥାଏ।ଇନ୍ଦ୍ର ଉତ୍ସବ ପୁର୍ଣ୍ଣିମା ଦିନ ସାଧନା ଗାଦି ନିଳବନରୁୁୁ ଚାରମାଳକୁ ବୈଷ୍ଣବ ମାନେ କିର୍ତନ କରିଆଣି ସମାଧିିିରେ ଅର୍ପଣ କରିବା ସହିତ ଏଠାକୁ ନେମାଳବଟରୁ ଫୁଲ ଚନ୍ଦନ ଆସିଥାଏ ବୋଲି ସେବାକାରି ମାନେ ମତଦିଅନ୍ତିି।ଏହି ପୀଠକୁ ଓଳାଶୁୁୁଣୀ ର ସାଧୁ ଅରକ୍ଷିତ ଦାସ ଆସିଥିଲେ ବୋଲି ମହିମନ୍ଡଳ ଗୀତା ରେ ବର୍ଣ୍ଣିତ।ଏହି ପୀଠରେ ବିଳମ୍ବିତ ରାତ୍ରିରେ ଖୋଳ କରତାଳ ଶବ୍ଦ ହେବା ସହିତ ଏକ ବିରାଟ ଜ୍ୱତି ଦୃଶ୍ୟ ହୁଏ ଓ ମହାପୁରୁଷ ରାତିରେ ବାଲିଚାନଗର ରେ ଭ୍ରମଣ କରିିିିଥାନ୍ତି।ଏହିପରି ଅନେକ ଅଲୌକିକ ଘଟଣା ଏଠାରେ ଦେଖିବାକୁ ମିଳେବୋଲି ଏହି ପୀଠର ସେବାକାରୀ ବାବାଜୀ ଟୁକୁନା ଦାସ ଓ ନିଳବନ ଗାଦି ଅଧିିିକାରୀ ଆର୍ଯ୍ୟ  ସୃତି ପ୍ରକାଶ କରିିିଛନ୍ତି ।ଏହି ପୀଠ ଏକ ଅବହେଳିତ ଓ ଗୁୁୁପ୍ତ ପୀଠ ହୋଇ ରହିଯାଇଛି।ଉକ୍ତ ପୀଠର ପୁନଃରୁଦ୍ଧାର ହୋଇ ପାରିିିଲେ ଶାରଳା ମଣ୍ଡଳର ଅଚ୍ୟୁତ ଶିଷ୍ୟ ଅନନ୍ତ ଗୋସାଇଁ ଙ୍କ ନାମର ପ୍ରଚାରପ୍ରସାର ହୋଇପାରିବ ବୋଲି ସେବାକାରୀ ମାନେ ପ୍ରକାଶ କରିଛନ୍ତି।

 

0
0
0
s2sdefault