ଜଗତସିଂହପୁର,ତା-୦୮.୦୭.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅନ୍ତର୍ଗତ ଚନ୍ଦ୍ରଶେଖର ଆଞ୍ଚଳିକ ସାଧନ କେନ୍ଦ୍ର ପରୁଣା ପୋଷଲ ଠାରେ ଥିବା ଚନ୍ଦ୍ରଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଙ୍ଘ ବ୍ଲକ ସମ୍ପାଦକ ଗୌରାଙ୍ଗ ଚରଣ ଦାଶଙ୍କ ନେତୃତ୍ୱରେ ସମୂହ ଶିକ୍ଷକ/ ଶିକ୍ଷୟିତ୍ରୀ, କର୍ମଚାରୀ ମାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସିଆରସି ଅକ୍ଷୟ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ପୂର୍ବତନ ଶିକ୍ଷକ ନଗେନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ କିଶୋର ଭୂୟାଁ, ପ୍ରାଥମିକ ଶିକ୍ଷକ ସଙ୍ଘ ପ୍ରାକ୍ତନ ସଭାପତି ତଥା ଶିକ୍ଷକ ନେତା ବନମାଳୀ ମହାରଣା, ଯତୀନ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ.
ପରେ ପରେ ଶିକ୍ଷକ / ଶିକ୍ଷୟିତ୍ରୀମାନେ ବିଦାୟୀ ଶିକ୍ଷକ ମାନଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଭିକାରି ଚରଣ କର, ପ୍ରକାଶ ଚନ୍ଦ୍ର ମହାପାତ୍ର, ଶିକ୍ଷୟିତ୍ରୀ ବୀଣାପାଣି ମହାପାତ୍ର, ବିରଞ୍ଚି ନାରାୟଣ ଦାଶ, ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା, ଧୀରେନ୍ଦ୍ର କୁମାର ପାଣି, ବିଷ୍ଣୁ ଚରଣ ବେହେରା ଓ ଶିକ୍ଷୟିତ୍ରୀ ବନଲାତା ଦେଇ ପ୍ରମୁଖ ଅବସର ନେଉଥିବାବେଳେ ନାଟ୍ୟଗୁରୁ ତଥା ସଙ୍ଗୀତ ନିର୍ଦ୍ଧେଶକ ବସନ୍ତ ମହାନ୍ତିଙ୍କ ନିର୍ଦେଶନାରେ ସାଥୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ଗୁରୁବନ୍ଦନା ଗାନ କରାଯାଇ ଉଦଘାଟନ କରାଯାଇଥିଲା l ଏହି ସଭାରେ ସି ଆର ସି ତାପସ କୁମାର ମହାନ୍ତି, ଆଲୋକ ମହାପାତ୍ର, ସିଆରସି ଅନିସ ଖାନ, ଛଚିନ୍ଦ୍ର ସାହୁ ଶେଖ ଅମନ ଉଲ୍ଲା, ଶ୍ରୀମନ୍ତ ସୁତାର, ପ୍ରଭାତ କୁମାର କର, ପ୍ରଦୀପ କୁମାର ମହାନ୍ତି, ବିକ୍ରମ ବିଶ୍ୱାଳ, ଅମର ବାରିକ, ତପସ୍ୱିନୀ ପ୍ରଧାନ, ମନୋରଞ୍ଜନ ଦାସ, ଚିତ୍ତରଞ୍ଜନ ଦାସ, ଶିକ୍ଷୟିତ୍ରୀ ମମତା ବେହେରା, ସଂଘମିତ୍ରା ପରିଡା, ଜିତେନ୍ଦ୍ର ବେହେରା, ପ୍ରମୋଦ କୁମାର ବେହେରା, ପୂର୍ବତନ ଶିକ୍ଷକ ସୁନାକର ତରାଇ, ପ୍ରଭାତ କୁମାର ସାହୁ, ଚିନ୍ମୟୀ ମହାପାତ୍ର, ଶିକ୍ଷୟିତ୍ରୀ ସୁଧାଂଶୁ ମହାପାତ୍ର, ଶଶିକଳା ଦାସ, ଝୁନାଲାତା ଦାସ, ସ୍ବର୍ଣ୍ଣଲତା ରାଉତ, ରଶ୍ମିତା ସ୍ୱାଇଁ, ମହମ୍ମଦ ସଲ୍ଲା ଉଦ୍ଦିନଙ୍କ ସମେତ ଶିକ୍ଷକ/ ଶିକ୍ଷୟିତ୍ରୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ l ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ବିଦାୟୀ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ. ଶେଷରେ ସିଆରସି ତାପସ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
- Hits: 311











