ଭୁବନେଶ୍ୱର : ପୁନର୍ଗଠିତ ହେଲା ବାଲେଶ୍ୱର ଜିଲ୍ଲା ବିଜେଡି କମିଟି | ନୂଆ କମିଟିରେ ୪ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୬ ସାଧାରଣ ସମ୍ପାଦକ, ୨୨ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ , ଜଣେ କୋଷାଧ୍ୟକ୍ଷ ଓ ଜଣେ ଗଣମାଧ୍ୟମ ସଂଯୋଜକ ରହିଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ପୂର୍ବରୁ ଅଶ୍ୱିନୀ ପାତ୍ରଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଥିଲେ ବିଜେଡି ସୁପ୍ରିମୋ |














