ଜଗତସିଂହପୁର-ତା-୦୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ହୋଇଥିବା ଓଡିଶା ସୂଚନା ସେବା ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଜଗତସିଂହପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଜୁଲାଇ ୦୫ ତାରିଖରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ର°ଜନ ପଟ୍ଟନାୟକ ଓ କାର୍ଯ୍ୟାଳୟ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଶ୍ରୀମତୀ ମହାନ୍ତି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀଙ୍କ ସହିତ ସାକ୍ଷାତ କରିଥିଲେ ।
ରାଜ୍ୟ
ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟ ରେ ଯୋଗଦାନ
- Hits: 411











