ରାଉରକେଲା /ବଣାଇ(ବସନ୍ତ କୁମାର ଜେନା) :ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଟୁରିଧୁଆ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ପଞ୍ଚାୟତ ର ସରପଞ୍ଚ କୁମୁଦିନୀ ବାର୍ଲା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଣାଇ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର , ବନପାଳ ସଦାଶିବ ପାତ୍ର , ବଣାଇ ୟୁନିଅନ୍ ଅଫ ଜୌର୍ଣ।ଲିଷ୍ଟ ର ସଭା ପତି ଡମ୍ବରୁ ଧର ପ୍ରଧାନ ଯୋଗଦାନ କରି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ବୃନ୍ଦ ବୃକ୍ଷ ଏବଂ ଜଙ୍ଗଲ ଓ ମଣିଷ ର ନିବିଡ଼ତା ସମ୍ପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଗୋଟିଏ ଛାତ୍ର କୁ ଗୋଟିଏ ଗଛ ରୋପଣ କରିବା ପାଇଁ ଶ୍ରୀଯୁକ୍ତ ପାତ୍ର ଆହ୍ୱାନ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷରେ ସରସରା ର ବନରକ୍ଷୀ ତରୁଲତା କିଷାନ, ସହକାରୀ ଶିକ୍ଷକ ବିଭୁପ୍ରସାଦ ରଣା , ଅଭିଭାବକ ପ୍ରଭାସ ମହାକୁଳ, ଲକ୍ଷ୍ମଣ ନାୟକ, ଵିର୍ସି ଓରାମ, ଶୁକ୍ରା ଓରାମ , ସମ୍ବାରି ଓରାମ ପ୍ରମୁଖ ୨୦ ରୁ ଅଧିକ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।
ରାଜ୍ୟ
ବଣାଇ ବ୍ଲକ ଗୁରୁଣ୍ଡିଆ ଠାରେ ଚଉସ୍ତରି ତମ ବନ ମହୋତ୍ସବ
- Hits: 214











