ହାତରେ ହାତ ମିଶାଇ ବିକାଶମୂଳକ କାର୍ଯ୍ୟ କରି ମିଶନ 2024 ନିର୍ବାଚନ ରେ ବିଜେଡି କୁ ବୃହତ ସଂଖ୍ୟକ ଭୋଟ ରେ ବିଜୟର ଟିକା ପିନ୍ଧାଇବା ଆମର ଲକ୍ଷ୍ୟ-ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ମାଇନରିଟି ଭାଇମାନଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଶୁକରପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l ମାଇନରିଟି ସେଲ ସଭାପତି ମିର୍ଜା ଅବୁଲ ବେଗ ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ହାତରେ ହାତ ମିଶାଇ ଏକଜୁଟ ହୋଇ ବିକାଶମୂଳକ କାର୍ଯ୍ୟ କରି ଆମ ଅଞ୍ଚଳର ବିକାଶ କରିବା ଆମର ପ୍ରଥମ ଲକ୍ଷ୍ୟ, ଯାହାପାଇଁ ଯାହା ଭିତରେ କିଛି ଭୁଲ ବୁଝାମଣା ରହିଛି ସମସ୍ତ ଘଟଣା କୁ ଭୁଲିଯାଇ ଭାଇ ଭାଇ ଭଳି ଏକତାର ସହ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଗାମୀ 2024 ନିର୍ବାଚନ ରେ ଯେପରି ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳ ରେ ମୁସଲମାନ ଭାଇ ଭଉଣୀ ମାନେ ଅଧିକ ସଂଖ୍ୟକ ଭୋଟରେ ବିଜେଡି କୁ ବିଜୟ କରାଇ ସମଗ୍ର ଓଡ଼ିଶାରେ ରେକର୍ଡ ସୃଷ୍ଟି କରିବେ ତାହାପ୍ରତି ଆମେ ସମସ୍ତେ ସଜାଗ ରହିବା ଉଚିତ ବୋଲି ମତପ୍ରକାଶ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ମାଇନରିଟି ସେଲ ଉପସଭାପତି ତଥା ବ୍ଲକ ମାଇନରିଟି ସେଲ ସମ୍ପାଦକ ଜାକିର ଖାଁ, ଜୋନ ଯୁବ ସଭାପତି କଲାମ ଖାଁ ଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ମାଇନରିଟି ସେଲ ପଞ୍ଚାୟତ ସଭାପତି, ସମ୍ପାଦକ, ଜିଲ୍ଲା ପରିଷଦ, ୱାର୍ଡ ମେମ୍ବର, ନାୟବ ସରପଞ୍ଚ, ନିଶ୍ଚିନ୍ତକୋଇଲି ବ୍ଲକ ର ୨୭ଗୋଟି ପଞ୍ଚାୟତର ସମସ୍ତ ମାଇନରିଟି କର୍ମକର୍ତ୍ତା, ମୁରବୀ ମାନେ ଉପସ୍ଥିତ ରହି କାର୍ଯ୍ୟକାରିଣୀ ବୈଠକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l











