ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ରାଜ୍ୟର ୬ ସାଙ୍ଗଠନିକ ଜିଲ୍ଲାରେ ନୂତନ ସଭାପତି /କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି. ବିଧାୟକ ନୃସିଂହ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଥିବା ବେଳେ ଦେବି ପ୍ରସାଦ ଭୂତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି | ବାଲେଶ୍ୱର ଜିଲ୍ଲା ପାଇଁ ଅଶ୍ୱିନୀ ପାତ୍ରଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ଝିନ ହିକକା ଓ ପ୍ରଶାନ୍ତ ଗୁପ୍ତାଙ୍କୁ ଯଥାକ୍ରମେ ସଭାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି | ବରଗଡ଼ ଜିଲ୍ଲାପାଇଁ ପ୍ରଭାସ ସିଂଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଥିବ ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଶୁଶାନ୍ତ ମହାପାତ୍ର (ଜାପାନୀ)ଙ୍କୁ ନିଯୁକ୍ତ କରାଯାଇଛି. ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ହାଲୁ ମୁଣ୍ଡାରୀ ଓ ଝାରସୁଗୁଡା ଜିଲ୍ଲା ସଭାପତି ଭାବେ ରବି ସିଂ ଙ୍କୁ ନିଯୁକ୍ତି ଦିଆଯାଇଥିବା ଏକ ପ୍ରେସ ଵିଜ୍ଞାପ୍ତିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି |
ରାଜ୍ୟ
୬ ସାଙ୍ଗଠନିକ ଜିଲ୍ଲାରେ ବିଜେଡିର ନୂଆ ସଭାପତି /କାର୍ଯ୍ୟକାରୀ ସଭାପତି
- Hits: 529











