ନବରଙ୍ଗପୁର ୭.୭.୨୦୨୩ :ଅଶୋକ ସାହୁ, ଶାସକ ପ୍ରଶାସକ ଗତ ୧.୭.୨୦୨୩ ତାରିଖରେ ଡାବୁଗାଁ ସି ଡି ପି ଅ ନିଜ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସନ୍ତୋଷି କୁମାର ମିଶ୍ରଙ୍କୁ ଯେଉଁ ଅମାନୁଷିକ ବ୍ୟବହାର ଦେଖାଇଥିଲେ ତାକୁ ଓଡିଶା ରାଜସ୍ଵ ଅମଲା ସଂଘ ସହିତ ବିଭିନ୍ନ ଅନୁଷ୍ଠାନ ସଂଘ ଦୃଢ଼ ନିନ୍ଦା କରିଥିଲେ l ଓଡିଶା ରାଜସ୍ୱ ଅମଲା ସଂଘ, ଜିଲ୍ଲା ଶାଖା ନବରଙ୍ଗପୁର ର କର୍ମକର୍ତ୍ତା ଡାବୁଗାଁ ଯାଇ ତୃଣମୂଳ ସ୍ତରରୁ ଅନୁସନ୍ଧାନ କରି CDPO ଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ l ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ l ଫଳ ସ୍ଵରୂପ ରାଜ୍ଯ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରି ସି ଡି ପି ଓ ମହାଶୟା ଙ୍କୁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଆଇ.ସି. ଡି. ଏସ. କାର୍ଯ୍ୟାଳୟ କୁ ବଦଳି କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ପଦକ୍ଷେପ କୁ ଓଡିଶା ରାଜସ୍ଵ ଅମଲା ସଂଘ ସାଧୁବାଦ ଜଣାଇବା ସହିତ ସିଡ଼ିପିଅ ଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି l
ରାଜ୍ୟ
ଓଡିଶା ରାଜସ୍ଵ ଅମଲା ସଂଘ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ ଜଣାଇଲା.
- Hits: 404











