ହେଡଲାଇନସ୍:

ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର  : ଭୁବନେଶ୍ବର ସ୍ଥିତ ବିଜେଡିର ମୂଖ୍ଯ କାର୍ଯ୍ଯାଳୟ ଶଙ୍ଖ ଭବନ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ ହୋଇଯାଇଛି।ବିଜୁ ଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ବିଧାୟକ ଡକ୍ଟର ବ୍ୟେମକେଶ ରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଆଭାସି ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ଯ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଶ ଏବଂ ରାଜ୍ଯ ର ବିକାଶ କ୍ଷେତ୍ର ରେ ଯୁବକ ମାନଙ୍କ ର ଅବଦାନ ଅତୁଳନୀୟ ବୋଲି କହିଥିଲେ।ବିଜୁ ବାବୁ ସବୁବେଳେ ଯୁବକ ମାନଙ୍କୁ ଗୁରୁତ୍ୱ ଦେଉଥିଲେ ଏବଂ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜି ସମଗ୍ର ଯୁବ ସମାଜ ଓଡିଶା ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ସମସ୍ତ ଯୁବ ସମାଜ କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ଅତିଥି ଭାବ ରେ ଯୋଗଦେଇ ବିଜେଡି ସାଂଗଠନିକ ସଂପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ବାହାନଗା ରେଳ ଦୁର୍ଘଟଣା ଏବଂ କୋଭିଡ୍ ସମୟ ରେ ଯୁବକ ମାନଙ୍କ ର ସେବା କାର୍ଯ୍ୟ ପ୍ରଶଂସନୀୟ।  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏହିଭଳି ସେବାକାର୍ଯ୍ୟ ଜାରି ରଖିବା ପାଇଁ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆହ୍ବାନ ଦେଇଥିଲେ।ରାଜ୍ଯ ସାଧାରଣ ସଂପାଦକ(ଯୁବ-ଛାତ୍ର ବ୍ୟାପାର) ତଥାବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ତୃଣମୂଳସ୍ତରରେ ବିରୋଧୀଙ୍କ ସମସ୍ତ ଅପପ୍ରଚାର କୁ ରୋକିବା ସହ ସରକାର ଙ୍କ ସମସ୍ତ ଜନମଙ୍ଗଳ ଯୋଜନାର ପ୍ରଚାର ପ୍ରସାର କରିବା ପାଇଁ ଯୁବ କର୍ମକର୍ତ୍ତା ମାନଙ୍କୁ କହିଥିଲେ ।ବିଜୁ ଯୁବ ଜନତାଦଳର ରାଜ୍ଯ ସଭାପତି ଶ୍ରୀ ରାୟ କହିଥିଲେ କି ନବୀନ ଓଡିଶା ଗଠନ କରିବା ରେ ଯୁବସମାଜ ନିଜର ଦାୟିତ୍ବ ନିର୍ବାହ କରିବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଷଷ୍ଠ ଥର ନିର୍ବାଚିତ କରିବାରେ ଯୁବକ ମାନେ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ।ବିଜୁ ଛାତ୍ର ଜନତା ଦଳ ରାଜ୍ଯ ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ପ୍ରତ୍ୟେକ ଯୁବ କର୍ମକର୍ତ୍ତାଙ୍କୁ କହିଥିଲେ କି ଆପଣ ମାନେ ହେଉଛନ୍ତି ଆମ ଦଳ ର ସେନାପତି ଏବଂ ଆପଣ ମାନଙ୍କ ନେତୃତ୍ବ ରେ ବିରୋଧୀଙ୍କ ବିରୋଧ ରେ ଏ ଲଢେଇ ଜାରି ରହିବ ।ଏହି କାର୍ଯ୍ଯକାରିଣୀ ବୈଠକ ରେ ଯୁବ ବିଜେଡି ପକ୍ଷ ରୁ ରାଜନୈତିକ ପ୍ରସ୍ତାବ, ସାଙ୍ଗଠନିକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ,ସଂକଳ୍ପ ପ୍ରସ୍ତାବ ପାରିତ କରାଯାଇଥିଲା। ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ଯ କର୍ମକର୍ତ୍ତା,ଜୋନ ସଭାପତି,ଜିଲ୍ଲା ସଭାପତି ମାନେ ଯୋଗ ଦେଇ ଏହି କାର୍ଯ୍ୟକାରିଣୀକୁ ସଫଳ କରିଥିଲେ।

0
0
0
s2sdefault