ହେଡଲାଇନସ୍:

ସାଧାରଣ ନିର୍ବାଚନ ପୂର୍ବରୁ ଛିଡା ସଂଗଠନ ସୁଧାରିବା ପାଇ ଚେଷ୍ଟା କରୁଛି କଂଗ୍ରେସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା କ ଗ୍ରେସ ସଭାପତି, ପୂର୍ବତନ ବିଧାୟକ ନିହାର ମହାନନ୍ଦ ନ୍ଯାର ନେତୃତ୍ୱରେ ସଂଗଠନ କୁ ସୁଧାରିବା ର ପ୍ରୟାସ କରୁଛି ଜିଲ୍ଲା କଂଗ୍ରେସ । ଏଠାରେ ସୂଚନାଯୋଗ୍ୟ ଯେ ଗତ 2019 ର ସାଧାରଣ ନିର୍ବାଚନ ରୁ କଂଗ୍ରେସ କୁ ଜିଲ୍ଲାରେ କୋଣସି ନିର୍ବାଚନ ରେ ଖାସ କିଛି ସଫଳତା ମିଳିପାରି ନାହିଁ । କହିବାକୁ ଗଲେ ଦଳରେ ବଳିଷ୍ଠ ନେତୃତ୍ବ ଅଭାବ ହେଉ କି ରାଜ୍ୟରେ ବିଜୁ ଜନତା ଦଳର ବଢୁଥିବା ଲୋକପ୍ରିୟତା ହେଉ କଂଗ୍ରେସ କୁ ଅନେକ ତଳକୁ ଖସାଇ ଦେଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେ ଜିଲ୍ଲା କଂଗ୍ରେସ ନିଜର ସ୍ଥିତି ସୁଧାରିବାର ପ୍ରୟାସ ଆରମ୍ଭ କରି ଦେଇଛି । ଏହି କ୍ରମରେ ପଦ୍ମପୁର ଟାଉନ କଂଗ୍ରେସ ଦ୍ୱାରା ଏକ କର୍ମୀ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ପଦମପୁର କଂଗ୍ରେସ NAC ସଭାପତି ଆଡ଼ଭୋକେଟ ଶ୍ରୀଯୁକ୍ତ ଦିଲୀପ କୁମାର ଦାନୀ, କୋଷାଧ୍ୟକ୍ଷ ଗଜିଆ ଶର୍ମା, ପଦ୍ମପୁର ବାର ଆସୋସିଏସନ ର ସଭାପତି ଆଡ଼ଭୋକେଟ ସନ୍ତୋଷ ଶତପଥୀ, ଅନିଲ ଅଗ୍ରୱାଲ, ଆଡ଼ଭୋକେଟ ଗୌନ୍ତିଆ କୁମାର ସାହୁ ଏବଂ ନେହେରୁ ତ୍ରିପାଠୀଙ୍କ ସମେତ ଅନେକ କଂଗ୍ରେସ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ଓ ଆଗାମୀ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କେମିତି ଭଲ ପଦର୍ଶନ କରିବ ସେ ବିଷୟରେ ଆଲୋଚନା ହୋଇଥିଲା I ପଦ୍ମପୁର NAC ର ବିକାଶ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା I ଦଳର ଛୋଟରୁ ବଡ ସମସ୍ତ କର୍ମୀଙ୍କ ସହାୟତରେ ଜିଲ୍ଲା ତଥା ରାଜ୍ୟରେ କଂଗ୍ରେସ ଆଗକୁ ବଢିବବୋଲି କଂଗ୍ରେସର ନେତୃ ମଣ୍ଡଳୀ କହିଛନ୍ତି ।।

0
0
0
s2sdefault