ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ୭୪ତମ ବନ ମହୋତ୍ସବ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ନିଜ ବକ୍ତବ୍ୟ ରଖିଥିଲେ l
ସେ ନିଜ ବକ୍ତବ୍ୟରେ ଆଜିକାର ସମୟରେ ବୃଦ୍ଧି ହେଉଥିବା ପ୍ରଦୂଷଣ ଏବଂ ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ତଥା ପରିବେଶ ସୁରକ୍ଷା ପାଇଁ ବହୁ ପରିମାଣରେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି l ସମସ୍ତେ ନିଜର କିଛି ସମୟ ବାହାର କରି ନିଜ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ତାର ଯତ୍ନ ନେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ l ଏହା ସହିତ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମ କୁ ବିରଞ୍ଚିନାରାୟଣ ସାହୁ, ପ୍ରମୋଦ ପାଣିଗ୍ରାହୀ , ଜୟ କୁମାର ଭୁଏ , ସଞ୍ଜୟ ଟିଗା, ପ୍ରଭାତ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଏନ୍.ସି.ସି, ରେଡକ୍ରସ୍, ଏନ୍. ଏସ୍. ଏସ୍ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

0
0
0
s2sdefault