(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ମାହାଙ୍ଗାର ଐତିହ୍ୟ, କଳା, ସଂସ୍କୃତି, ସମାଜସେବା, ପରିବେଶ ସୁରକ୍ଷା, ପରୋପକାରୀ କାର୍ଯ୍ୟ କରି ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିଥିବା ସ୍ୱେଚ୍ଛାସେବୀ ସଂଗଠନ ର ଅଧକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତି "ହର ଘର ରକ୍ତଦାତା" ଅଭିଯାନଧାରୀ ଶ୍ରୀଯୁକ୍ତ ଜୟଦେବ ରାଉତ ଙ୍କୁ ଚେନ୍ନାଇ ରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି l ଡ଼ଃ ଅମରେନ୍ଦ୍ର ମହାନ୍ତି ଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିଲେ ମଧ୍ୟ ସବୁ କାର୍ଯ୍ୟ କୁ ପଛରେ ପକାଇ ସମାଜରେ ଏକ ସଚେତନ ମୂଳକ ବାର୍ତ୍ତା କୁ ସମଗ୍ର ଭାରତର ଜନସାଧାରଣ ଙ୍କ ନିକଟରେ ପହଂଚାଇବା ପାଇଁ ସାଇକେଲ ମାଧ୍ୟମରେ ପରିଭ୍ରମଣ କରୁଥିବା ସମାଜସେବୀ ଜୟଦେବ ରାଉତ ଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଆତିଥ୍ୟ ପ୍ରଦାନ କରିଛନ୍ତି l ସୂଚନାଥାଉକି ସାଇକେଲରେ ଭାରତ ପରିଭ୍ରମଣ କରୁଥିବା ଜୟଦେବ ରାଉତ ଗୁରୁବାର ଚେନ୍ନାଇରେ ପହଂଚିଛନ୍ତି l ଏହି ଅବସରରେ "ଓଡିଶା ଭବନ" ଠାରେ ଡ଼ଃ ଅମରେନ୍ଦ୍ର ମହାନ୍ତି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି l
ଭାରତ ଭ୍ରମଣରେ ଯାଇଥିବା ଜୟଦେବ ରାଉତ ଚେନ୍ନାଇରେ ପହଂଚିବାପରେ "ଆମ ମାହାଙ୍ଗା" ର ଅଧ୍ୟକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ସାହୁ,ସ୍ୱପ୍ନା ରଣା,ବାପି ସାହୁ,ଭାସ୍କର ବରାଳ,ସୁମନ୍ତ ନାୟକ,ପପୁ ରଣଜିତ, ପଙ୍କଜ କେଶରୀ,ଜୟ ପ୍ରକାଶ ଓ ଅନେକ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ l ଜୟଦେବ ହେଉଛନ୍ତି ଫେଡରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ଅଫ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡ଼ର ସେ 2022 ଅକ୍ଟୋବର ୧ ତାରିଖରୁ କଲିକତାରୁ ଯାତ୍ରା ଆରମ୍ଭ କରି ଓଡିଶା, ଆନ୍ଧ୍ରପ୍ରଦେଶ, କାର୍ଣ୍ଣାଟକ, କେରଳ, ତାମିଲନାଡୁ, ପଣ୍ଡିଚେରୀ ଆଦି ବିଭିନ୍ନ ରାଜ୍ୟ ଭ୍ରମଣ କରି ଚେନ୍ନାଇରେ ପହଞ୍ଚିଥିଲେ l ଶ୍ରୀ ରାଉତଙ୍କର ଏଭଳି ପ୍ରଂଶସନୀୟ କାର୍ଯ୍ୟକ୍ରମକୁ ଉତ୍କଳ ଆସୋସିଏସନର ସଭାପତି ପବିତ୍ର ମୋହନ ମାଝି ଓ ପ୍ରବାସି ଓଡ଼ିଆ ମାନେ ଭୁୟସୀ ପ୍ରସଂଶା କରିଛନ୍ତି l ତେବେ ଶ୍ରୀ ରାଉତ ଙ୍କ ଏଭଳି କାର୍ଯ୍ୟ କୁ ସମ୍ମାନ ଜଣାଇ ଡ଼ଃ ମହାନ୍ତି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ ଡ଼ଃ ମହାନ୍ତି ଙ୍କୁ ଶ୍ରୀ ରାଉତ କୃତଜ୍ଞତା ଜ୍ଞାପନ କରିଛନ୍ତି l
ରାଜ୍ୟ
"ହରଘର ରକ୍ତଦାତା" ଅଭିଯାନଧାରୀ ଜୟଦେବ ରାଉତଙ୍କୁ " ଆମ ମାହାଙ୍ଗା" ର ଅଧକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତି ଙ୍କ ପକ୍ଷରୁ ଚେନ୍ନାଇରେ ଭବ୍ୟ ସମ୍ବର୍ଦ୍ଧନା l
- Hits: 764











