ହେଡଲାଇନସ୍:

ଡିଏନ୍ ଗୃପ ଉପରେ ଆଇଟି ଚଢ଼ଉକୁ ନେଇ ବିଜେପି କରୁଛି ଡାର୍ଟି ପଲିଟିକ୍ସ : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ସ୍ପର୍ଶକାତର ମାମଲାରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ

  •  ହୀନ ରାଜନୀତି କରିବା ବ୍ୟତୀତ ବିଜେପିର କୌଣସି ଏଜେଣ୍ଡା ନାହିଁ

  •  ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେବେ ମୁହଁ ଖୋଲନ୍ତିନି ଓଡ଼ିଶା ବିଜେପି ନେତା


ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ ଉପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।
ଆଜି ବିଜୁ ଜନତା ଦଳ ପକ୍ଷରୁ ଗଣମାଧ୍ୟମକୁ ବିବୃତି ଦେଇ ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ ଓଡ଼ିଶାରେ କୌଣସି ସ୍ପର୍ଶକାତର ଅପରାଧ ଘଟିଲେ ଅଥବା ଭିଜିଲାନ୍ସ କି ଆଇଟି ଚଢ଼ଉ ହେଲେ, ଓଡ଼ିଶା ବିଜେପି ନେତାମାନେ ଏମିତି ବାଉଳିଚାଉଳି ହୁଅନ୍ତି ଏବଂ ବିଜେଡିକୁ ଏହା ଭିତରକୁ ଟାଣିବାକୁ ଅପଚେଷ୍ଟା କରନ୍ତି।
ଓଡ଼ିଶା ବିଜେପିର ଏହା ପୁରୁଣା ଅଭ୍ୟାସ ବୋଲି ଦର୍ଶାଇ ସେ ଆହୁରି କହିଛନ୍ତି ଯେ ଏମାନଙ୍କ ନିକଟରେ ହୀନ ରାଜନୀତି କରିବା ବ୍ୟତୀତ ଅନ୍ୟ କୌଣସି ଏଜେଣ୍ଡା ନାହିଁ। ବିଜେପି ନେତାମାନେ ସାଧାରଣ ଜନତା, ଚାଷୀ ବା ଶ୍ରମିକମାନଙ୍କ କୌଣସି ସମସ୍ୟାକୁ ନେଇ କେବେ ପ୍ରଶ୍ନ କରିବା ଆପଣ ଦେଖିବାକୁ ପାଇବେନି। ଏମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେବେ ମୁହଁ ଖୋଲନ୍ତି ନାହିଁ। ଆଗରୁ ମଧ୍ୟ ଏହାର ଅନେକ ନଜିର ଅଛି। ସ୍ପର୍ଶକାତର ପ୍ରସଙ୍ଗରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି ସୁଯୋଗ ଓଡ଼ିଶା ବିଜେପି କେବେ ହାତଛଡ଼ା କରେ ନାହିଁ। ଏଭଳି ହୀନ ରାଜନୀତି ପାଇଁ ହିଁ ସେମାନଙ୍କୁ ଓଡ଼ିଶାବାସୀ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି।

0
0
0
s2sdefault