ହେଡଲାଇନସ୍:

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ବନାଞ୍ଚଳ ଠାରୁ ପାଇଥିବା ବେଲ ଚାରା , ଲେମ୍ବୁ ଚାରା , ଅଳା ଚାରା ଭଳି ବହୁ ମୂଲ୍ୟବାନ ଚାରା ଗୁଡିକୁ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ଆ.ଇ.ପି ସୁରେନ୍ଦ୍ର ପାତ୍ର ଓ ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଖେଳ ଶିକ୍ଷକ ମାନଙ୍କ ସହାୟତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଚାରା ରୋପଣ କରିଛନ୍ତି।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ଧୀରେନ୍ଦ୍ର ସାମଲ , ସହକାରୀ ଶିକ୍ଷକ ମୋହନ ବାରିକ , ଶିକ୍ଷୟତ୍ରୀ ନର୍ମଦା ଦେଇ , ଚପଳା ପାଢ଼ୀ , ଏମ୍. ପ୍ରିୟଙ୍କା , ଇନ୍ଦିରା ପଣ୍ଡା , ବବିତା ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault