ନୂତନ ଭାବରେ ସୃଷ୍ଟି କରାଯିବ ହାର୍ବଲ ଗାର୍ଡେନ
ବରଗଡ : ବରଗଡ଼ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତରେ ପୁରୀ ରହିଛି ଅସଂଖ୍ୟ ପ୍ରକାରର ଔଷଧୀୟ ବୃକ୍ଷ। ପ୍ରଚୁର ମାତ୍ରାରେ ଔଷଧୀୟ ଗଛ , ଲତା , ଓ ଗୁଳ୍ମ ଭାରି ରହିଥିବା କାରଣରୁ ଗନ୍ଧମାର୍ଦ୍ଦନ ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିର ରୁ ଅନତି ଦୂରରେ ରହିଛି ରାଜ୍ୟର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଏହି ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ପ୍ରକୃତିର ସୁନ୍ଦର ପରିବେଶ ରେ ଅନେକ ପ୍ରକାର ଗବେଷଣା ମଧ୍ୟ କରୁଛନ୍ତି । ଅନ୍ୟପଟେ ଭାରତ ବର୍ଷର ନିଜସ୍ୱ ଓ ବିଶ୍ୱର ସର୍ବପୁରାତନ ଚିକିତ୍ସା ପଦ୍ଧତି ହେଉଛି ଆୟୁର୍ବେଦ । ଏମିତୁ କୋଣସି ରୋଗ ନାହିଁ , ଯାହାର ଚିକିତ୍ସା ପ୍ରକୃତି କିମ୍ବା ଆୟୁର୍ବେଦ ରେ ନାହିଁ । ଆବଶ୍ୟକତା ରହିଛି ଠିକ ରୋଗ ପାଇଁ ଠିକ ଗଛ , ଲତା ଓ ଗୁଳ୍ମକୁ ଚିହ୍ନଟ ଜରିବା । ମୁଖ୍ୟତଃ ଭାରତୀୟ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଆଜିକାର ସମୟରେ ଅଧିକ ବ୍ୟାପକ କରିବା ପାଇଁ ସରକାର ତଥା ଅନେଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ପାଇକମାଳ ବ୍ଲକ୍ ଶକ୍ତିନଗର ପରିସର ରେ ଥିବା ନୃସିଂହନାଥ ବନାଞ୍ଚଳ ତରଫରୁ ୭୪ତମ ବନମହୋତ୍ସବ ଅବସରରେ ନୃସିଂହନାଥ ବନାଞ୍ଚଳ ପରିସର ରେ ଔଷଧିୟ ଉଦ୍ୟାନ ରେ ବିଭିନ୍ନ ପ୍ରକାରର ପାଇଁ ଏକ ବୃକ୍ଷ ଚାରା ରୋପଣ କରିବାର ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବରଗଡ ବନଖଣ୍ତ ଏସି ଏଫ ରାଜେନ୍ଦ୍ର କୁମାର ଗୋଛାୟତ, ଆର୍ୟୁର୍ବେଦ ମହାନିଦ୍ୟାଳୟର ଡା. ଶିବ ପ୍ରସାଦ ମହାନ୍ତି, ପ୍ରକୁତିବନ୍ଧୁ ବିଭୁତି ଭୁଷଣ ମୁଣ୍ତ, ବଡ ଶତପଥୀ, ପାଇକମାଲ ଅଂଚଳର ସମସ୍ତ ସାମ୍ବାଦିକ , ନବୋଦୟ ବିଦ୍ୟାଳର ଛାତ୍ରମାନେ ଓ ପାଇକମାଳ ଓ ନୃସିଂହନାଥ ବନାଞ୍ଚଳର କର୍ମଚାରୀମାନେ ଯୋଗ ଦେଇ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରିଥିଲେ । ଏହି ଔଷଧୀୟ ଉଦ୍ୟାନ ଦ୍ୱାରା ଅଂଚଳ ବାସୀ ପ୍ରତକ୍ଷ ଭାବରେ ଉପକୃତ ହେବା ସହିତ , ଆୟୁର୍ବେଦ ଉପରେ ଅନେକ କିଛି ଶିଖିବାକୁ ପାଇବେ । ଏସି ଏଫ ଶ୍ରୀ ଗୋଛାୟତ ସମସ୍ତ ବିଦ୍ୟାଳୟ, ସମସ୍ତ ୟୁକୋ କ୍ଲବ ଓ ସିଆରପିଏଫ ଜବାନ ମାନଙ୍କୁ ଓ ବିଭିନ୍ନ ଗୋଷ୍ଟିମାନଙ୍କୁ ବୃକ୍ଷରୋପଣ ପାଇଁ ମାଗଣାରେ ଜଙ୍ଗଲ ବିଭାଗ ତରଫରୁ ଚାରା ଯୋଗାଇ ଦିଆଯିବ ବୋଲି କହିଥିଲେ । ଶକ୍ତି ନଗର ବନାଞ୍ଚଳ ପରିସର ରେ ଏକ ହଜାର ଔଷଧିୟ ବୃକ୍ଷ ରୋପଣ କରାଯିବ ବୋଲି ଏସିଏଫ ଶ୍ରୀ ଗୋଛାୟତ କହିଥିଲେ । ଶେଷରେ ନୃସିଂହନାଥ ରେଞ୍ଜର ରାଜେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।











