ହେଡଲାଇନସ୍:

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ରାଙ୍କିଙ୍ଗ୍‍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟ୍‍ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(0୪/୦୭) : କିଟ୍‍ ସର୍ବଦା ବିଭିନ୍ନ ରାଙ୍କିଙ୍କ ଓ ମାନ୍ୟତାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଆସିଛି । ପ୍ରତିବର୍ଷ ସମୟକୁ ସମୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଭିନ୍ନ ମାନଦଣ୍ଡକୁ ନେଇ ମାନ୍ୟତା ପ୍ରଦାନ କରାଯାଇଥାଏ । ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ସର୍ବଦା ନିଜର ଗୁଣବତ୍ତା ଯୋଗୁଁ ଉନ୍ନତ ପ୍ରଦର୍ଶନ କରିଥାଏ ।
ମଙ୍ଗଳବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ପ୍ରକାଶ ପାଇଥିବା ୟଙ୍ଗ୍‍ ୟୁନିଭରସିଟି ରାଙ୍କିଙ୍ଗ୍‍ ୨୦୨୩ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୨ତମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ନିକଟରେ ପ୍ରକାଶିତ ଟାଇମ୍‍ସ ହାୟର ଏଜୁକେସନ୍‍ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‍୨୦୨୩ରେ ମଧ୍ୟ କିଟ୍‍ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୩ତମ ସ୍ଥାନରେ ରହିଥିବା ବେଳେ ସମଗ୍ର ଏସିଆରେ ୧୪୭ତମ ସ୍ଥାନରେ ରହିଛି । କିଟ୍‍ ବିଶ୍ୱବିଦ୍ୟାଳୟ ୨୫ ବର୍ଷର ଶିକ୍ଷାନୁଷ୍ଠାନ ଓ ୧୯ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ବର୍ଷରୁ ଊଦ୍ଧ୍ୱର୍ବି ଶ୍ୱବିଦ୍ୟାଳୟଗୁଡିକର ସମକକ୍ଷ ହୋଇପାରିଛି । ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ସାଇଟେସନ୍‍ ଇମ୍ପାକ୍‍ଟ ଅନ୍ତର୍ଜାତୀୟ ଆଉଟ୍‍ଲୁକ୍‍, ଇଣ୍ଡଷ୍ଟି୍ର ଇନ୍‍କମ୍‍ ଆଦି ମାନଦଣ୍ଡ ଆଧାରରେ ଟାଇମ୍‍ସ ହାୟର ଏଜୁକେସନ୍‍ ପକ୍ଷରୁ ୟଙ୍ଗ୍‍ ୟୁନିଭରସିଟି ରାଙ୍ଗିଙ୍ଗ୍‍ କରାଯାଇଥାଏ । ଏହି ସଫଳତା ପାଇଁ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚୁ୍ୟତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କିଟ୍‍ର ଉେଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଛନ୍ତି ।

0
0
0
s2sdefault