ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ରଘୁନାଥ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୂଗୋଳ ବିଭାଗର ବରିଷ୍ଟ ପ୍ରଶିକ୍ଷକ ଭାବେ ଗୁରୁ ଶ୍ରୀ ରଘୁନାଥ ପାତ୍ର ଦୀର୍ଘଦିନ ଧରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ୩୦-୬-୨୦୨୩ ତାରିଖରେ ଚାକିରୀ ଭଳି କର୍ମମୟ କ୍ଷେତ୍ରରୁ ଅବସର ନେଇଛନ୍ତି।
ସେ ଶିକ୍ଷକତାକୁ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରି ଶିକ୍ଷାର୍ଥୀନୀ ମାନଙ୍କୁ ସଠିକ ମାର୍ଗଦର୍ଶନ କରି ଆସୁଥିଲେ।
ଜୀବନର ମୂଲ୍ୟବୋଧ ଆଦର୍ଶ ଓ ସଦାଚାର ତଥା ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ସମାଜରେ ବିରଳ।
ତାଙ୍କ ସରଳ ଶିକ୍ଷାଦାନ ପଦ୍ଧତି , ମଧୁର ବ୍ୟବହାର , ଶିକ୍ଷାର୍ଥୀ ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି |
ଶିକ୍ଷାଦାନ ସହିତ ସେଥିଲେ ଜଣେ ପ୍ରଚଣ୍ଡ ସଂଗୀତ ପ୍ରତିଭାର ଅଧିକାରୀ , ଯେଉଁଥିପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରେ ବହୁତ ପୁରଷ୍କାର ଓ ଉପାଧି ପାଇଛନ୍ତି।
୨୦୨୦ ମସିହାରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପାଇ ଓଡିଶା ସଂଗୀତ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି।
ଏହି ମହିଳା ଶିକ୍ଷାନୁଷ୍ଠାନରେ ଶିକ୍ଷା , କଳା , ନାଟକ , ସଂଗୀତର ବିକାଶ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ଏହି ବିଦାୟ କାଳୀନ ସଭାର ଶୁଭ ଅବସରରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ବରିଷ୍ଟ ପ୍ରାଧ୍ୟାପକ ଡ଼.ମନଶ୍ବିନୀ ଦାଶ , ଅଧ୍ୟାପକ ଡ଼. ମହେନ୍ଦ୍ର ରାଇତ , ଡ଼. ନୃସିଂହ ପାଣିଗ୍ରାହୀ , ଡ଼. ବାଗ୍ନି ରଞ୍ଜନ ପ୍ରମୁଖ ଗୁରୁ ରଘୁନାଥ ପାତ୍ରଙ୍କ ସଦଗୁଣ ବର୍ଣ୍ଣନା କରିଥିଲେ।
ଅଧ୍ୟାପିକା ସଂଯୁକ୍ତା ପାତ୍ର ମାନପତ୍ର ପଠନ କରିଥିବା ବେଳେ ଇତିହାସ ଅଧ୍ୟାପକ ଡ଼ .ନୃସିଂହ ପ୍ରସାଦ ପାଣିଗ୍ରାହୀ ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault