ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀଙ୍କୁ ଚାକିରିରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର  : ଅଶୋକ ସାହୁ, ଶାସକ ପ୍ରଶାସକ.ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟର ଏଲ କ୍ରିଷ୍ଣା ରାଓ ପଟ୍ଟନାୟକ ଚପରାସି, ଜିଲ୍ଲା ସାମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏବଂ ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ର ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ବନ୍ଧନ ଖାକା ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଶ୍ରୀ ପ୍ରଧାନ, ଶ୍ରୀ ଖାକା ଏବଂ ଶ୍ରୀ କ୍ରିଷ୍ଣା ଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ସୁବ୍ରତ ବେହେରା,ସହକାରୀ ଜିଲ୍ଲାପାଳ, ଆଶୁତୋଷ ପାତ୍ର, ବିନାୟକ ଖାଡାଙ୍ଗା, ଅଶ୍ଵିନ କୁମାର ମାଝୀ, ଶିବ ଶଙ୍କର ପାଢି, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, କମଳ କୁମାରୀପଟନାୟକ, ଏ ସୁରେଶ, ତ୍ରିପତି ବାଲାଜୀ ସାହୁ, ବିଜୟ ସାହୁ, ସୁରେଶ ମହାନ୍ତି, ଜିତେନ୍ଦ୍ର ଚୌଧୁରୀ, ଅଜୟ ସାହୁ, ସତ୍ୟନାରାୟଣ ସାହୁ, ନରେନ୍ଦ୍ର ସାହୁ, ରେଖା ବାଘ, ଯୋଛନା ଚୌଧୁରୀ, ଅରୁଣ କୁମାର ବେହେରା,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ଧନପତି ନାୟକ,ବିଶ୍ୱଜିତ ମହାନ୍ତି, ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault