ଭୁବନେଶ୍ୱର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓସେପା ସମ୍ମିଳନୀ କକ୍ଷରେ ଓସେପା ଓ ସାଇଟସେଭରସ ଇଣ୍ଡିଆ ଏକ ଉନ୍ନୟନ ସଂସ୍ଥା ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ୱଚ୍ଛ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ଏକ ବୁଝାମଣାପତ୍ର ଆସନ୍ତା ୩ ବର୍ଷ ପାଇଁ ନବୀକରଣ ଓ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଓସେପା ତରଫରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଓ ସାଇଟସେଭରସ ତରଫରୁ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣାପତ୍ର ଅନୁସାରେ ସାଇଟସେଭରସ ସଂସ୍ଥା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବ ଯଥା- ବୈଶୟିକ ପରାମର୍ଶ, ସ୍ପଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ଆକଳନ, ଯୁକ୍ତ ପାଠ୍ୟକ୍ରମ, ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ସ୍ୱତନ୍ତ୍ର କୌଶଳ ପ୍ରସ୍ତୁତି, ବ୍ଲକ୍ ସମ୍ବଳ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ନିମନ୍ତେ ତାଲିମ୍ ଇତ୍ୟାଦି ।
ଏହି ବୁଝାମଣା ଅନୁସାରେ ଓଡ଼ିଶାରେ ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୩୦ ହଜାର ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀ ଉପକୃତ ହେବେ ।
ଏହି ବୁଝାମଣା ପତ୍ର ଅନୁସାରେ ସାଇଟସେଭରସ ସଂସ୍ଥା ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମେନ୍ତ ଆବଶ୍ୟକ ସୂଚନା ପ୍ରଯୁକ୍ତି ଯୋଗାଯୋଗ ମାଧ୍ୟମରେ ଶିକ୍ଷା, ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଉପକରଣ, ଡେଜି ପ୍ଲେୟାର, ଟାବ୍ଲେଟ୍, ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଉପକରଣ ଇତ୍ୟାଦିର ବଣ୍ଟନ ଓ ତାଲିମ୍ ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ କରାଯିବ ।
ଏହାଦ୍ୱାରା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ନିଶ୍ଚିତ ସହାୟକ ହେବ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ ଓ ସାଇଟସେଭରସର ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଓସେପା ଓ ସାଇଟସେଭରସ ଇଣ୍ଡିଆ ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ବୁଝାମଣାପତ୍ରର ନବୀକରଣ ଓ ସ୍ୱାକ୍ଷରିତ
- Hits: 263











