ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଆଜି ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଭିତ୍ତିଭୂମି ର ବିକାଶ ପାଇଁ ପଚାଶ ପଚାଶ ଲକ୍ଷ ଟଙ୍କାର ଦୁଇ ଗୋଟି ଭିନ୍ନ ଭିନ୍ନ ପ୍ରକଳ୍ପର ନିର୍ମାଣ ପାଇଁ ଭୂମିପୂଜନ ସହିତ ଶିଳାନ୍ୟାସ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ 1992 ମସିହାରେ ତତ୍କାଳୀନ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦ୍ୱାରା ସ୍ଥାପିତ ହୋଇଥିବା ଏହି ମହାବିଦ୍ୟାଳୟ ରେ ଶିକ୍ଷା ର ବିକାଶ ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରକାର ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କିଛି ମାସ ପୂର୍ବରୁ ବିଧାୟିକା ଯୁକ୍ତ ତିନି ମହାବିଦ୍ୟାଳୟ ର ଏକ କାର୍ଯକ୍ରମ ରେ ଯୋଗ ଦେଇ କହିଥିଲେ । ଦୁଇ ଗୋଟି କଲେଜ ର ଦୁଇ ଗୋଟି ପ୍ରକଳ୍ପ ପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ଅବସରରେ ରେ ବିଧାୟିକା ମହାବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କ ସହିତ ଅନେକ ସମୟ ବିତାଇଥିଲେ । ଉଭୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅଲଗା ଅଲଗା ଦୁଇଗୋଟି ସଭାରେ ସମ୍ବୋଧିତ କରିଥିଲେ ବିଧାୟିକା । ଯୁକ୍ତ ତିନି ର ସଭାକକ୍ଷ ରେ ଛାତ୍ରଛାତ୍ରୀ ମାନଙ୍କୁ ସଂଵୋଧନ କରି ବିଧାୟିକା ନିଜର ପ୍ରିୟ ବିଷୟ ଇପରେ କହିବା ସହିତ ସେ ଏବେ ମଧ୍ୟ ତାଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମନେ ପକାନ୍ତି ବୋଲି କହିବା , ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଅତି ଭଲ ସଂପର୍କ ରଖି ମନଧ୍ୟାନ ଦେଇ ପାଠ ପଢି ଏହି ମହାବିଦ୍ୟାଳୟ ତଥା ଅଞ୍ଚଳ ର ରଖିବା ପାଇଁ ଉତ୍ସାହିତ କରିଥିଲେ ।
ବିଧାୟିକା ଙ୍କର କାର୍ଯକ୍ରମ କୁ ଯୁକ୍ତ ତିନି ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ କୁମର ସ୍ୱାଇଁ , ଅଧ୍ୟକ୍ଷ ଶ୍ରୀ ଲୋହିତ କୁମାର ବାରିକ , ଅଧ୍ୟାପକ ଶ୍ରୀ ପ୍ରଦୀପ୍ତ ସାହୁ , ଶ୍ରୀ ପ୍ରଭାତ ବିଶ୍ୱାଳ , ପ୍ରଦୀପ ଦିୱାନ , ମିନାକୁମାରି ସାହୁ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ୟାମଲାଲ ପଧାନ , ଅଧ୍ୟାପିକା ଶ୍ରୀମତୀ ରଂଜିତା ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ବିଧାୟିକା ଙ୍କର ସହିତ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଗୌତମ ସିଂ , ଶ୍ରୀ ବିଜୟ କୁମାର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।।








