ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାଗସ୍ତ ଦ୍ଵିତୀୟ ଦିନରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଗତସିଂହପୁର,ତା-୨୯.୦୬.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଦୁଇଦିନିଆ ଗ୍ରସ୍ତ ରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ଏସଭିମ କଲେଜ ପଡ଼ିଆରେ ହୋଇଥିବା ହ୍ୟାଲିପ୍ୟାଡ଼ରୁ ଓଲ୍ହାଇ ସିଧା ନବକୃଷ୍ଣଚୋୖପଧୁରୀ ଷ୍ଟାଡିୟମରେ ଆୟୋଜିତ ପର୍ଯ୍ୟନ୍ତ ଆସିଥିଲେ ସେଠାରେ ତାଙ୍କୁ ମିଶନଶକ୍ତି ମହିଳା ଏବଂ ଉପସ୍ଥିତ ଜନସାଧରଣଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା, ଆୟୋଜିତ ମଞ୍ଚ ନଯାଇ ଉପସ୍ଥିତ ସମସ୍ତ ମହିଳାମାନଙ୍କୁ ଭେଟି ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ l ପରେ ମଞ୍ଚ ଉପରକୁ ଆସି ଉପସ୍ଥିତ ଅପୂର୍ବ ଜନ ସମାଗମ ଦେଖି ୫ଟି ସଚିବ ନିଜର ସମ୍ବୋଧିତ କରିଥିଲେ l ଜୟ ଜଗନ୍ନାଥ ଧ୍ୱନୀରେ ସାଙ୍ଗକୁ ଶଙ୍ଖ, ହୁଳହୁଳି ଶବ୍ଦରେ ସଭା ସ୍ଥଳରେ ଏକ ଭିନ୍ନବତାବରଣ ସୃଷ୍ଟି ହୋଇଥିଲା, ୫-ସଚିବ ଚାଷୀମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରିବେ ବୋଲି କହିଥିଲେ l ଏଥିସହ ମଠ, ମନ୍ଦିର, ମସଜିଦର ଉନ୍ନତିକରଣ ଉପରେ ଆସନ୍ତା ୬ତାରିଖ ମଧ୍ୟରେ ଖୁସି ଖବର ଶୁଣାଇବେ ବୋଲି ପ୍ରତିଶୃତି ରଖିଥିଲେ l ମିଶନଶକ୍ତି ଯୋଜନାରେ ଅନ୍ତଭୁକ୍ତ ଥିବା ସମସ୍ତ ସିଆରପି,ଏମଭିକେ, କୃଷିମିତ୍ର,ପ୍ରାଣୀମିତ୍ର, ପ୍ରାଣୀ ମିତ୍ର,ମାନଙ୍କର ଦରମା ଯଥାଶ୍ରୀଘ୍ର ସମ୍ଭବ ଆନ୍ତରିକତା ସହିତ ସରକାର ବିଚାର କରିବେ ବୋଲି କହିଛନ୍ତି l କଲେଜ ପଡ଼ିଆରେ ହେଲିପ୍ୟାଡ଼ରୁ ନବକୃଷ୍ଣ ଚୋୖଧୁରୀ ରେ ଆୟୋଜିତ ସଭା ମଞ୍ଚ ପର୍ଯ୍ୟନ୍ତ ଆସିଥିଲେ l ମିଶନଶକ୍ତି ମହିଳା,ଏମବିକେ ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, ଚାଷୀଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ l ପରେ ଏସଭିମ୍ କଲେଜ ପରିସରରେ ଅରିଟୋରିୟମ ହଲ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ସଭା କାର୍ଯ୍ୟକ୍ରମ କରାଯାଇଥିଲା l ଏହି ସମୟରେ ୫-ଟି ସଚିବ କହିଛନ୍ତି ଯେ ଅଞ୍ଚଳବାସୀଙ୍କର ଗୁଡ଼ିଏ ଦାବୀପତ୍ର ଦେଇଛନ୍ତି ତାହା ସରକାର ବିଚାରକରି ଗତ ୬ତାରିଖରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ l  ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟାୱରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଏବଂ ଜିଲ୍ଲାପ୍ରଶାସନ ପୁଲିସ ପ୍ରଶାସନ, ଏବଂ ବିଭିନ୍ନ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସସୁନ୍ଦର କରିବାରେ ସହଯୋଗ କରିଥିଲେ l

0
0
0
s2sdefault