ହେଡଲାଇନସ୍:

ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପ୍ରତ୍ୟେକ ମାସରେ କ୍ଲଷ୍ଟର ସ୍ତରରେ ହେବ ବୈଠକ

  •  କ୍ଲଷ୍ଟର ସ୍ତରୀୟ ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ

  • କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସିଆରସିସିମାନେ ପ୍ରମୁଖ ଭୂମିକା ନେବେ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍ଏଲ୍ଏନ୍)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଯୋଗଦେଇ ଏଫ୍ଏଲ୍ଏନର ସମୀକ୍ଷା କରିବା ସହ ଏହାର ପ୍ରକୃତ ଲକ୍ଷ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲୋ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲୋ ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟା ଏ ନେଇ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ ହୋଇଛିା ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜ, ସରଳ ଭାବେ ଶିଖିପାରିବୋ ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛିା
ଏହି ବୈଠକରେ ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛିା ଏଫ୍ଏଲ୍ଏନର କାର୍ଯ୍ୟକାରିତା ଦିଗରେ ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ବାହ ପାଇଁ ଆଲୋଚନା ହୋଇଛିା ଭାଷା ଓ ଗାଣିତିକ ଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧିର ଅଗ୍ରଗତି ନେଇ ଏଣିକି କ୍ଲଷ୍ଟର ସ୍ତରରେ ଶିକ୍ଷକମାନଙ୍କର ବୈଠକ କରିବାକୁ ବିଭାଗୀୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତିା କ୍ଲଷ୍ଟରସ୍ତରୀୟ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିବାକୁ ସଚିବ ପରାମର୍ଶ ଦେଇଥିଲୋ ଏନେଇ ସିଆରସିସିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବୋ ନିୟମିତ ସ୍କୁଲ ପରିଦର୍ଶନ କରିବା ସହ ମାସର କୌଣସି ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟରତ ଶନିବାର ଦିନ କ୍ଲଷ୍ଟର ସ୍ତରରେ ବୈଠକର ଆୟୋଜନ କରିବୋ ପ୍ରତ୍ୟେକ ବୈଠକ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହେବା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ଏଫ୍ଏଲ୍ଏନ୍କୁ ତଦାରଖ କରିବାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)କୁ ଦାୟିତ୍ୱ ଦିଆଯାଇଛିା
ଏଫ୍ଏଲ୍ଏନ୍ର ମୂଳ ଉଦ୍ଦେଶ୍ୟ, ଲକ୍ଷ୍ୟକୁ ପ୍ରତ୍ୟେକ ସ୍ତରରେ ବୁଝିବା ଓ ଏହାକୁ ପ୍ରୟୋଗ କରି ସଫଳତା ପାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଶାସନ ସଚିବ ପରାମର୍ଶ ଦେଇଥିଲୋ ଜୁଲାଇରୁ ଡିସେମ୍ବର ମାସ ଓ ଡିସେମ୍ବରରୁ ଆଗାମୀ ଶିକ୍ଷାବର୍ଷ ଯାଏ ଦୁଇଟି ସ୍ତରରେ ଏଫ୍ଏଲ୍ଏନ୍କୁ କାର୍ଯ୍ୟାନ୍ୱିତ କରିବାକୁ ଆଲୋଚନା ହୋଇଛିା ବୈଠକରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଏସସିଇଆରଟି ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢୀ, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନାଙ୍କ ସହୟୁନିସେଫ୍, ସିଏସ୍ଏଫ୍, ଏଲ୍ଏଲ୍ଏଫ୍, ପିଏଫ୍ଇଏଲ୍ ଓ ଅକ୍ଷରା ଫାଉଣ୍ଡେସନର ଅନ୍ୟାନ୍ୟ ଅଧିକାରୀ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲୋ

0
0
0
s2sdefault