ହେଡଲାଇନସ୍:

ଓଡିଶା ସଚିବାଳୟ ସେବା ସଂଘ ଅଧିକାରୀ ମାନଙ୍କର କଳା ବ୍ୟାଚ ପରିଧାନ ପୂର୍ବକ ଶାନ୍ତିପୂର୍ଣ ବିକ୍ଷୋଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏ.ଏସ.ଓ. ମାନଙ୍କର ଦରମା ଅସଙ୍ଗତି ଦୂରୀକରଣ ସହ କେନ୍ଦ୍ରୀୟ ସଚିବାଳୟ ଦରମା ହାରରେ ଏ.ଏସ.ଓ. ମାନଙ୍କର ଦରମା ଲେଭେଲ-୧୦ ରେ ନିର୍ଦ୍ଧାରଣ ଦାବି

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ ଅଧିକାରୀ ମାନଙ୍କର କଳା ବ୍ୟାଚ ପରିଧାନ ପୂର୍ବକ ଶାନ୍ତିପୂର୍ଣ ବିକ୍ଷୋଭ କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ତା ୩୦/୦୬/୨୦୨୩ ରିଖ ମଧ୍ୟାହ୍ନ ବିରତି ସମୟରେ ଓଡିଶା ସଚିବାଳୟ ସେବା ସଙ୍ଘର ସମସ୍ତ ଅଧିକାରୀ ଲୋକସେବା ଭବନରେ କଳା ଵ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ସମସ୍ତ ଅଧିକାରୀ ନିଜ କ୍ୟାଡରର ହକ ନିମନ୍ତେ ଏକାଠି ହୋଇ ଲୋକସେବା ଭବନ ପରିବେଶକୁ ସରଗରମ କରିବାର ପରିଲକ୍ଷିତ ହୋଇଥିଲା l କଳା ବ୍ୟାଚ ସହିତ ଏ.ଏସ.ଓ. ମାନେ କଳା ଗଞ୍ଜି ଓ କଳା ଫିତା ପିନ୍ଧି ନିଜର ଅସନ୍ତୁଷ୍ଟି ଜାହିର କରିଥିଲେ l
ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ କେବଳ ସଚିବାଳୟ ସେବା କର୍ମଚାରୀ ମାନେ ବଞ୍ଚିତ ହେଉଛନ୍ତି । ତେଣୁ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଦାବୀ ସଚିବାଳୟର "ଏ.ଏସ.ଓ. ମାନଙ୍କର ଦରମା ଅସଙ୍ଗତି ଦୂରୀକରଣ ସହ କେନ୍ଦ୍ରୀୟ ସଚିବାଳୟ ଦରମା ହାରରେ ଏ.ଏସ.ଓ. ମାନଙ୍କର ଦରମା ଲେଭେଲ-୧୦ ରେ ନିର୍ଦ୍ଧାରଣ କରିବା ଏବଂ ଏହା ହକର ଲଢେ଼ଇ ବୋଲି ଧ୍ୱନି ମଧ୍ୟ ଦେଇଥିଲେ l
ସଂଘର ନିର୍ବାଚିତ କର୍ମକର୍ତ୍ତା ନିଜ ନିଜ ବକ୍ତବ୍ୟରେ ନିଜର ଦାବୀ ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଓଡିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଚୟନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସିଥିବା ମେଧାବୀ ଅଧିକାରୀ ମାନଙ୍କର ଦରମା ଲେଭେଲ-୧୦ ରେ ଉପସ୍ଥାପିତ ହେବା ଯଥାର୍ଥ ବୋଲି ମନ୍ତବ୍ୟ ଦେଇଥିଲେ l
ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଯତ୍ନ ବରାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସଂଘର ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ଆହୁରି ଦୃଢ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ l ଏହି ପ୍ରତିବାଦ ଆଗକୁ ଆହୁରି ତୀବ୍ରତର ହେବ ବୋଲି ମଧ୍ୟ ସଙ୍ଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି l
ସଂଘର ସଭାପତି ଶ୍ରୀ ଅଜୟ କୁମାର ସ୍ଵାଇଁ ସଭାରେ ପ୍ରତିନିଧିତ୍ଵ କରିଥିଲେ । ଶ୍ରୀ ଚିତ୍ତରଞ୍ଜନ ହୋତା, ଶ୍ରୀ ପ୍ରଦୀପ ରାଉତ, ଶ୍ରୀ ପ୍ରେମାନନ୍ଦ ଜେନା, ଶ୍ରୀ ବିବେକ ସାହୁ, ଶ୍ରୀ ପ୍ରତ୍ୟୁଷ କୁମାର କଅଁର ସଭାରେ ଉଦବୋଧନ ଦେଇ ଆଗାମୀ ଦିନରେ ସଂଘ ଚରମ ନିଷ୍ପତି ନେବା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ।
ଆସନ୍ତା ଦିନରେ କାର୍ଯ୍ୟବନ୍ଦ ସହ, ବିଧାନ ସଭା ଅଧିବେଶନ ସମୟରେ କାର୍ଯ୍ୟବନ୍ଦ ପାଇଁ ସଂଘ ନିଷ୍ପତି ନେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବରାଳ ସ୍ପଷ୍ଟୋକ୍ତି କରିଛନ୍ତି ।

0
0
0
s2sdefault