ହେଡଲାଇନସ୍:

ଆରଏମସିରେ ୮୦୦ ପଦବୀ ଖାଲି... 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ରାଉରକେଲା ମହାନଗର ନିଗମ (ଆରଏମସି)ରେ ୮୦୦ରୁ ଅଧିକ ବିଭିନ୍ନ ପାହ୍ୟାର ପଦବୀ ଖାଲି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ବିବରଣୀରେ ଏହା ଉଲ୍ଲେଖ ଅଛି । 

ଆର୍ଏମ୍ସି ଓ ରାଉରକେଲା ସ୍ମାର୍ଟସିଟି ପାଇଁ କେଉଁ ପାହ୍ୟାର କେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି, ସେଥିରୁ କେତେ ଖାଲି ପଡ଼ିଛି ଓ ଆଉ କେତେ ପଦବୀ ଆବଶ୍ୟକ ଅଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ମହାନଗର ନିଗମ ଲାଗି ଯେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ସେଥିରୁ ଗତ ନଭେମ୍ବର ମାସ ସୁଦ୍ଧା ୧୫୭ଟି ଖାଲି ପଡ଼ିଥିଲା । ଏହାଛଡ଼ା ଓଡ଼ିଶା ମୁନିସିପାଲ୍ କର୍ପୋରେସନ୍ ଆଇନ୍ ଅନୁଯାୟୀ ଆରଏମସି ଲାଗି ବିଭିନ୍ନ ପାହ୍ୟାର ୧୦୮ଟି ପଦବୀ ଆବଶ୍ୟକ ଥିବା ବେଳେ ସେଥିରୁ ୮୧ଟି ଖାଲି ପଡ଼ିଛି । ସେହିପରି ରାଉରକେଲାର ପରିମଳ ବ୍ୟବସ୍ଥା ଲାଗି ୯୭୯ ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ମାତ୍ର ୩୮୮ ଜଣ ଅଛନ୍ତି ଓ ୫୯୧ଟି ପଦବୀ ଖାଲିପଡ଼ିଛି । ମୋଟାମୋଟି ଭାବେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆର୍ଏମ୍ସିରେ ୮୩୧ଟି ପଦବୀ ଖାଲିପଡ଼ିଛି । 

ରାଉରକେଲା ସମେତ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନ ଚାଲିଥିବା ବେଳେ ରାଉରକେଲା ମହାନଗର ନିଗମରେ ସଫେଇ କର୍ମଚାରୀଙ୍କ ସମେତ ଆଉ ହଜାରେରୁ ଅଧିକ ପଦବୀ ଆବଶ୍ୟକ ଅଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ଆରଏମସି ବାସିନ୍ଦାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ସମସ୍ତ ଖାଲି ପଦବୀ ପୂରଣ ସଙ୍ଗେ ସଙ୍ଗେ ଆବଶ୍ୟକ ମୁତାବକ ନୂଆ ପଦବୀ ସୃଷ୍ଟି କରି ସ୍ଥାନୀୟ ଲୋକଙ୍କୁ ଏଥିରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । 

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୪-୧୫ରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ତଥା ଅନ୍ୟ ସଂସ୍ଥାରୁ ରାଉରକେଲା ପୌର ନିଗମକୁ ୧୩୧ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ମିଳିଛି । ଏଥିରୁ ଏହି ବର୍ଷ ଗୁଡ଼ିକରେ ୬୬ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଅବଶିଷ୍ଟ ଅର୍ଥ ତୁରନ୍ତ ଉନ୍ନୟନମୂଳକ କାର୍ଯ୍ୟ ବ୍ୟୟ କରିବା ଏବଂ ପୂର୍ବରୁ ଖର୍ଚ୍ଚ ହୋଇଥିବା ଅର୍ଥ ଠିକଣା ଭାବେ ଉପଯୋଗ ହୋଇଛି କି ନାହିଁ ତାହା ଉପରେ ସରକାର ଧ୍ୟାନ ଦେବାକୁ ଶ୍ରୀ ରାୟ ଦାବି କରିଛନ୍ତି । 

0
0
0
s2sdefault